jayashree

ବାଙ୍ଗାଲୁରରେ ଲୁଚି ରହିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀକୁ ଗିରଫ କରି ଜେଲ ପଠାଇଲା ଖପ୍ରାଖୋଲ ପୋଲିସ : ଦୁଇଜଣ ଫେରାର ଥିବା ନେଇ ପୋଲିସର ତନାଘନା ଜାରି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତରେ ଆବାସ ଗୃହ ପ୍ରଦାନରେ ଅନିୟମିତତା ଅଭିଯୋଗରେ ବିଡ଼ିଓଙ୍କ ଥାନାରେ ଅଭିଯୋଗ ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରଙ୍କୁ ଖପ୍ରାଖୋଲ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ତେଲେନପାଲି ପଞ୍ଚାୟତ କର୍ଲାମାଲ୍ ଗାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ କୌଶଲ୍ୟା ଚିରାଙ୍ଗୁଲ ନାମକ ହିତାଧିକାରୀଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହୋଇଥିବା ବେଳେ ତାଙ୍କ କୋଡ ବ୍ୟବହାର କରି ଗାଁର ଟିକେମଣି ବାଗଙ୍କୁ ଘର ଚଞ୍ଚକତା କରି ଦେଇଥିବା ବେଳେ କୌଶଲ୍ୟା ଘର ପାଇ ନଥିବା ଜଣାଯାଇଥିଲା ଏବଂ ଏନେଇ କୌଶଲ୍ୟାଙ୍କ ତରଫରୁ ଅଭିଯୋଗ ହୋଇଥିଲା । ସେହିପରି ଯୁନାନିବାହାଲ ଗାଁରେ ମଧ୍ୟ ଭୋଇ ମୁଣ୍ଡା ନାମରେ କେହି ନ ଥିବା ବେଳେ ତାଙ୍କ ନାମରେ ଅନ୍‌ଲାଇନ୍‌ରେ ଘର ସୋ କରୁଥିବା ବେଳେ ସେହି କୋଡ ବ୍ୟବହାର କରି ଘର ରୂପେ ଧରୁଆକୁ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ଅନିୟମିତତାରେ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେର, ତତ୍କାଳୀନ ଜି ଆର୍ ଏସ୍‌ ବିପିନ ବେହେରା, ଜିଓ ଟେକ୍ ଗୋଲାପ ପୋଡ଼ ଦାୟୀ ବୋଲି ଜିଲ୍ଲା କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିବାକୁ ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୧୫୯/୨୦୨୩ରେ ଗତ ୫/୦୯/୨୦୨୩ରେ ଏକ ମାମଲା ରୁଜୁ କରି କିଛିଦିନ ତଳେ ଦୁଇ ନକଲି ହିତାଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲଳିତ ମେହେରଙ୍କୁ ବାଙ୍ଗାଲୁରୁଠାରୁ ଗିରଫ କରି ସୋମବାର ଭାରତୀୟ ପେନାଲ କୋର୍ଡର ଧାରା ୪୦୯/୪୭୧/୪୬୮/୧୨୦ବିରେ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ଥାନା ଏସ୍‌ଆଇ ଗୋପୀନାଥ ମହାକୁଡ ପ୍ରକାଶ କରିଛନ୍ତି । ତତ୍କାଳୀନ ଜିଆର୍‌ଏସ୍‌ ବିପିନ ବେହେରା ଓ ଜିଓଟେକ୍ ଗୋଲାପ ପୋଡ଼ ଫେରାର ଥିବା ପୋଲିସ କହିଛି । ଏହି କେସ୍‌କୁ ନେଇ ଖପ୍ରାଖୋଲ ପୋଲିସ ବିରୁଦ୍ଧରେ ସର୍ବସାଧାରଣରେ ବିଭିନ୍ନ ଆଲୋଚନା କରୁଥିବା ବେଳେ ଖପ୍ରାଖୋଲ ପୋଲିସ କାହାରି କଥାକୁ କର୍ଣ୍ଣପାତ ନକରି ୧୩୮୫ କିଲୋମିଟର ସୁଦୂରରେ ଲୁଚି ରହିଥିବା ଅଭିଯୁକ୍ତ ଲଳିତ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଣା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଖପ୍ରାଖୋଲ ପୋଲିସ ଏଭଳି ନିଃସ୍ୱାର୍ଥର ସହ କାର୍ଯ୍ୟ କରୁଥିବାରୁ ଅଞ୍ଚଳରୁ ଦୁର୍ନୀତି ସହ ଅପରାଧ କମିଯିବ ବୋଲି ଜନସାଧାରଣରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.