ଦୁଇ ଜଣ ସଶସ୍ତ୍ର ଡକାୟତ ଗିରଫ

ନୂଆପଡା, (ନିରାକାର ମେହେର) : ଗତ ଜୁନ ୬ ତାରିଖ ରାତିରେ ଖଡ଼ିଆଳ ବ୍ଲକ ଖୁଦପେଜ ଗ୍ରାମରେ ସୁନ୍ଦର ସୁନ୍ଦରଶ୍ୟାମ ଶତପଥୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା । ଏହି ଡକାୟତରେ ସାମିଲ ଥିବା ଦୁଇ ଜଣ ଡ଼କାୟତଙ୍କୁ ଖଡ଼ିଆଳ ପୋଲିସ ଗିରଫ କରିଛି । ସେମାନେ ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଂଚଳ ବାଲିପଟା ଗ୍ରାମର କାହ୍ନା ପୁରୋହିତ ଓରଫ ପ୍ରଣବ (୨୯) ଓ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କୁକୁରମୁଣ୍ଡା ଗ୍ରାମର ସୁଜିତ କୁମାର ମେହେର(୩୩) । ଏହି ଦୁଇ ଜଣଙ୍କ ସହିତ ଝାଡଖଣ୍ଡ ରାଜ୍ୟର ଆଉ ୪ ଜଣ ଏଥିରେ ସାମିଲ ଅଛନ୍ତି । ଏହି ୪ ଜଣ ଝାଡଖଣ୍ଡ ରାଜ୍ୟକୁ ଫେରାର ହୋଇଯାଇଛନ୍ତି । କାହ୍ନା ଓ ସୁଜିତ ଏକ କାରରେ ବିଭିନ୍ନ ଅଞ୍ଚଳରେ ବୁଲୁଥିଲେ । ଖଡ଼ିଆଳ ପୋଲିସ ଟ୍ରାକ କରି ଏହି ଦୁଇଜଣକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ଦୁଇଟି ଛୁରୀ, ଦୁଇଟି ମୋବାଇଲ, ଗୋଟିଏ ସୋନି ଏଲଇଡି ଟିଭି, ଗୋଟିଏ ମୋବାଇଲ, ଗୋଟିଏ କାରକୁ ଜବତ କରିଥିଲେ । ସେମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ନୂଆପଡ଼ା ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!