ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅଧୀନରେ ଜୈନିକା ନବବଧୂ ମହିଳାଙ୍କୁ ତାଙ୍କ ସ୍ୱାମୀର ଭିଣେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ସଇଁତଲା ଥାନା କେସ୍ ନଂ ୩୦୫/୨୪ କ୍ରମେ ଦଫା ୪୯୮(ଏ), ୨୯୪, ୩୭୬(୧), ୩୨୩, ୫୦୬, ୩୪ ଆଇପିସି, ୪ ଡିପି ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରାଯାଇ ଥିବା ବେଳେ ପରେ ଜମିନ ନାମଞ୍ଜୁର ହେବା ଦ୍ୱାରା ଟିଟିଲାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ ଘନଶ୍ୟାମ ନାଏକ (୨୮) ଗ୍ରାମ ବେଲପଡା ଥାନା ଗ୍ରାମ ଧୂମାଭଟା ବୋଲି ଜଣାପଡିଛି । ପ୍ରକାଶ ଯେ, ଗତ ୨୦୨୩ ମସିହାରେ ବିମଳା ବୁଡ଼େକ ନାମ୍ନୀ ମହିଳାଙ୍କୁ ଝରବାହାଲି ଗ୍ରାମର ସୁଶୀଲ ବୁଡ଼େକଙ୍କ ସହ ରୀତିନୀତି ଅନୁସାରେ ବିବାହ କରାଯାଇଥିଲା । କିନ୍ତୁ ଏହାପୂର୍ଵରୁ ସୁଶୀଲଙ୍କ ଭିଣେଇ ଘନଶ୍ୟାମ ନାଏକ ଓ ତାଙ୍କ ନାନୀ ବେଲପଡା ଥାନା ଧୂମାଭଟାରୁ ଆସି ଝରବାହାଲି ଗ୍ରାମ ଠାରେ ରହି ଆସୁଥିଲେ । ଏଥିରେ ବିମଳା ବିବାହ ୧୫ ଦିନ ନ ପୁରି ତାଙ୍କ ସ୍ୱାମୀ ଓ ପରିବାର ଲୋକେ ଯୌତୁକ ନିର୍ଯାତନା ଦେବା ସହ ମାଡ଼ପିଟ ଆରମ୍ଭ କରିଥିଲେ । ଏହାର ସୁଯୋଗ ନେଇ ଘନଶ୍ୟାମ ମଧ୍ୟ ଧମକ ଚମକ ଦେଇ ବିମଳା ସହ ଶାରୀରିକ ସମ୍ପର୍କ ରଖିଥିଲା । ଏଥିରେ ବିମଳା ୭ ମାସର ଗର୍ଭବତୀ ଥିବା ପୋଲିସ ଆଗରେ ପ୍ରକାଶ କରିଥିଲା । ଉକ୍ତ ଘଟଣାକୁ ଥାନା ସେକେଣ୍ଡ ଅଫିସର ଗୁଇଣ୍ଡି ଖାଁଖାଁ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଡାକ୍ତରୀମାଇନା କରି କୋର୍ଟ ଚାଲାଣ କରିଥିଲେ । ଏହି ଘଟଣାକୁ ନେଇ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଧରିଛି ।
Next Post