shyamal

୧ କ୍ୱିଣ୍ଟାଲ୧୨ କିଲୋ ଗଞ୍ଜେଇ ଜବତ : ୨ ଗିରଫ

ଭୁବନେଶ୍ୱର : ଦୁଇଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଭୁବନେଶ୍ୱରର ପୋଲିସ କମିଶନର- କଟକ ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ଗଞ୍ଜେଇ ଚୋରାଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ସୋମବାର ଦିନ ସେମାନଙ୍କୁ ଧରିବା ପାଇଁ ଜାତୀୟ ରାଜପଥ ୧୬ର ପିତାପାଲ୍ଲୀରେ ତିନିଟି ଦଳ ରଖାଯାଇଥିଲା । ପିତାପାଲ୍ଲୀ ଛକରେ ପୋଲିସକୁ ଦେଖି ବେପାରୀମାନେ ପଳାଇବାକୁ ଚେଷ୍ଟା କରିଥିଲେ । ତେବେ ସେମାନଙ୍କ ଗାଡି ଜାଆଁଲା ଫ୍ଲାଏ ଓଭର୍‌ ଦେଇ ଯାଉଥିବା ବେଳେ ଟିମ୍‌ ଧରିଥିଲା । ପୋଲିସ ଦୁଇଟି ମୋବାଇଲ୍ ଫୋନ୍ ସହିତ ସେମାନଙ୍କ ନିକଟରୁ ୧ କ୍ୱିଣ୍ଟାଲ ୧୨ କିଲୋ ଗଞ୍ଜେଇ ଜବତ କରିଛି ।

purusottam
Leave A Reply

Your email address will not be published.