om academy

ଶିକାର ବେଳେ ମାଡ଼ିବସିଲା ବନବିଭାଗ : ବନ୍ଧୁକ ସହ ଦୁଇ ଗିରଫ

jsm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟଗୁଡ଼ା ପଞ୍ଚାୟତର ପୁଷାଙ୍ଗିଆ ଠାରେ ଶିକାର କରିବା ସମୟରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଗତ ରାତିରେ ଦୁର୍ବୃତ୍ତ ବାଲିଗୁଡା ବ୍ଲକ ପୁସାଙ୍ଗିଆର ଏକ ଜଙ୍ଗଲ ମଧ୍ୟରେ ଶିକାର କରିବା ସମୟରେ ବାଲିଗୁଡା ବନାଞ୍ଚଳ ବନପାଳ ପ୍ରଭାତ ଦୋରା ଏକ ବିଶେଷ ସୂତ୍ରରୁ ଖବର ପାଇ ଏକ ସ୍ୱତନ୍ତ୍ର ଟିମ୍‌ ସହାୟତାରେ ଚଢ଼ଉ କରିଥିଲେ । ଘଟଣାସ୍ଥଳରୁ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବନ୍ଧୁକ, ୧୦ ଅଫୁଟା ଗୁଳି, ୧୨୦ ଗ୍ରାମ ବାରୁଦ, ୨ଟି ଦିଆସିଲି,୨ ଟର୍ଚ ଲାଇଟ ଓ ୨ଟି ମୋବାଇଲ ଜବତ କରିଥିଲେ । ଗିରଫ ଦୁଇ ଜଣଙ୍କ ମଧ୍ୟରେ ବଳରାମ ପୂଜାରୀ (୨୭) ଓ ସୁଦାମ ମଲିକ (୪୦) ବୋଲି ଜଣାପଡିଛି । ଏ ନେଇ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ବନାଞ୍ଚଳ ବନପାଳ ପ୍ରଭାତ କୁମାର ଦୋରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.