ଖଲ୍ଲିକୋଟ ହିଂସାକାଣ୍ଡ : ଦିଲ୍ଲୀପ ହତ୍ୟା ଘଟଣାରେ ଖଲ୍ଲିକୋଟ ହିଂସାକାଣ୍ଡ ଆଉ ତିନିଜଣ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ୧୫ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଧିନରେ ଘଟିଥିବା କେଶ୍ ନମ୍ୱର ୪୧୪/୨୪ ଯାହା ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ପୂର୍ବରୁ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏବେ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ ୩ ଜଣ ହେଲେ ଲୋଙ୍ଗର ଗ୍ରାମର ରାଜା ତରାଇ(୨୧), ବିନୟ ତରେଇ(୨୨), ରାମଚନ୍ଦ୍ରପୁର ଗ୍ରାମର କୋକନ ନାହାକ (୨୩), ଖଲ୍ଲିକୋଟ ଥାନା ପୋଲିସ ଏମାନଙ୍କୁ ବାଙ୍ଗାଲୁରୁରୁ ଗିରଫ କରିଥିବା ନେଇ ଏସ୍‌ପି ଶ୍ରୀ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହା ସହ ତଦନ୍ତ ଜାରୀ ରହିଛ । ଘଟଣାରେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ସମ୍ପୃକ୍ତ ଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି ।

Leave A Reply

Your email address will not be published.