oom

୩,୫୦,୦୦୦ହଜାର ଟଙ୍କାର କଫ୍‌ ସିରଫ୍‌ ଜବତ : ୩ ଜଣ ଗିରଫ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିପୁଳ ପରିମାଣରେ ୨ଟି ବ୍ରାଣ୍ଡର କଫ୍‌ ସିରଫ୍‌ ଜବତ କରିବା ସହ ତିନି ଜଣ କଫ୍‌ ସିରଫ୍‌ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ ବୋଲି ଟାଉନ୍‌ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ପ୍ରଦୀପ ସାହୁ କହିଛନ୍ତି । ଏସ୍‌ଡ଼ିପିଓ ପ୍ରଦୀପ ସାହୁଙ୍କ ସୂଚନା ଅନୁଯାୟୀ, ଆଜି ଦିନ ପାଖାପାଖି ୧୧ଟା ସମୟରେ ବଲାଙ୍ଗିର ସହରରେ ସପ୍ଲାଏ ହେବା ପାଇଁ କଟକରୁ ୨ଟି ବ୍ରାଣ୍ଡର ପ୍ରାୟ ୧୧୯୦ଟି କଫ୍‌ ସିରଫ ବୋତଲ ଏକ ବୋଲେରୋ ଯୋଗେ ଆସୁଥିଲା । ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ବୋଲେରୋକୁ ପିଛା କରି ବଲାଙ୍ଗିର ସହର ନିକଟସ୍ଥ ହୋଣ୍ଡା ସୋ ରୁମ୍‌ ପାଖରେ ବୋଲେରୋଟିକୁ କାବୁ କରି ପାରିଥିଲା । ଆଉ କାବୁ କରୁ କରୁ ପୋଲିସ ହାତରେ ଏହି କଫ୍‌ ସିରଫ ଚାଲାଣ ହେଉଥିବା ବୋଲେରୋକୁ ସୁରକ୍ଷା ଦେଉଥିବା ଏକ ଧଳା ରଙ୍ଗର ଆପାଚି ବାଇକ୍‌ ମଧ୍ୟ ଧରାପଡ଼ିଥିଲା । ଧରା ପଡ଼ିଥିବା ବୋଲେରୋ ଭିତରୁ ୨ଟି ବ୍ରାଣ୍ଡର ପାଖାପାଖି ୧୧୯୦ ବୋତଲ କଫ୍‌ ସିରଫ୍‌କୁ ଜବତ କରିଥିବା ବେଳେ ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା । ଗିରଫ ୩ ଜଣ ହେଲେ ବଲାଙ୍ଗିର ସହରର ବରପାଲିପଡ଼ାର ରୋହନ ଜେନା, କନ୍ଧପାଲିପଡ଼ାର ରାଜେନ୍ଦ୍ର ବାରିକ ଓ ମଣ୍ଟୁ ବାରିକ ବୋଲି ଜଣାପଡ଼ିଛି । ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜବତ କଫ୍‌ ସିରଫ୍‌, ବୋଲେରୋ ଓ ଆପାଚି ବାଇକ୍‌କୁ ଟାଉନଥାନାକୁ ଆଣିଥିବା ଦେଖିବାକୁ ମିଳିଛ । ଜବତ କଫ୍‌ ସିରଫ୍‌ର ଆନୁମାନକି ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଏସ୍‌ଡ଼ିପିଓ ଶ୍ରୀ ସାହୁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ଶ୍ରୀ ସାହୁଙ୍କ ସହ ଟାଉନଥାନା ଆଇଆଇସି ବିଶ୍ୱଜିତ ମନବୋଧ ମଧ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.