oom

ବାନ୍ଦୁପଲା ଗ୍ରାମରେ ବନ୍ଧୁକ ଦେଖାଇ ଧମକ୍‌ଚମକ୍‌ : ଅଭିଯୁକ୍ତ ଯୁବକ ଗିରଫ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଳା ଗ୍ରାମରେ ଜଣେ ଯୁବକ ଅତ୍ୟଧିକ ନିଶା ସେବନ କରି ବନ୍ଧୁକ ଦେଖାଇ ଲୋକଙ୍କୁ ଧମକ୍‌ଚମକ୍ ଦେଉଥିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାପାଖରୁ ଏକ ବନ୍ଧୁକ ଜବତ କରିଥିବା ଜଣାପଡିଛି । ବାନ୍ଦୁପଲା ଗ୍ରାମର ପୀତବାସ ଭୋଇଙ୍କ ଅଭିଯୋଗ ମୁତାବକ ତାଙ୍କୁ ଗ୍ରାମର ସଦାନନ୍ଦ ଭୋଇଙ୍କ ପୁଅ ନରେନ୍ଦ୍ର ଭୋଇ(୧୯) ଅତ୍ୟଧିକ ନିଶା ସେବନ କରି ଏକ ବନ୍ଧୁକ ଦେଖାଇ ବାରଂବାର ଭୟଭୀତ କରିବା ସହ ଧମକ୍‌ଚମକ୍‌ ଦେଉଥିଲା । ଏନେଇ ପୀତବାସ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ନରେନ୍ଦ୍ରଙ୍କୁ ଗିରଫ କରିବା ସହ ତାପାଖରୁ ସେ ରଖିଥିବା ଏକ ବନ୍ଧୁକ ଜବତ କରିଥିଲା । ଏ ସମ୍ପର୍କରେ ପୁଲିସ୍ କେସ୍‌ ନଂ. ୧୩୯/୨୪ରେ ଦଫା ୩୪୧, ୨୯୪, ୩୫୪, ୩୨୩, ୫୦୬, ୨୫, ୨୭ ଆର୍ମସ୍‌ ଏକ୍ଟରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ପରେ ଅଭିଯୁକ୍ତ ନରେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ୍‌ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

jittmm
Leave A Reply

Your email address will not be published.