jayashree

ଗାଡି ସହ ୫୦ରୁ ଅଧିକ କାଠଗଣ୍ଡି ଜବତ କଲା ବନବିଭାଗ : ୨ ଗିରଫ

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଏସିଏଫ୍‌ ଓ ଜୟପୁର ବନବିଭାଗର ଡେପୁଟି ରେଞ୍ଜ ଅଫିସର ଓ ସ୍କ୍ୱାର୍ଡଙ୍କ ନେତ୍ୱତୃରେ ବୈପାରିଗୁଡା ବନଖଣ୍ଡର ବନପାଳ, ବନରକ୍ଷୀ ଓ ପାରା କର୍ମଚାରୀକ ଦ୍ୱାରା ବିପୁଳ ପରିମାଣର କାଠପଟା ଜବତ କରାଯାଇଥିବା ନେଇ ସୂଚନା ମିଳିଛି । କିଛିଦିନ ହେବ ବୈପାରିଗୁଡା ଓ ରାମଗିରି ରେଞ୍ଜ ଅଂଚଳରେ ଚୋରାକାଠ ବେପାର ବୃଦ୍ଧି ପାଇଥିବା ବେଳେ ସେହି ଅନୁପାତରେ କାଠ ପଟ୍ଟା କିମ୍ବା ଗଣ୍ଡି ଜବତ କରିବାରେ ବିଭାଗ ସଫଳ ମଧ୍ୟ ହେଉଥିବାର ନଜର ରହିଛି । ଚୋରା କାଠ ମାଫିଆଙ୍କ ନିମନ୍ତେ ସର୍ବନାଶ ଅଂଚଳ ଏହି ରେଞ୍ଜ ସାଯି ଥିବାରୁ ବୈପାରିଗୁଡା ବନବିଭାଗ ପ୍ରାୟ ଲକ୍ଷାଧିକ ଟଙ୍କାରୁ ଅଧିକ କାଠଗଣ୍ଡି ଜବତ କରିବାରେ ସକ୍ଷମ ହୋଇଛି । ପାପ୍ତ ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ବୈପାରିଗୁଡା ବନାଞ୍ଚଳର କେନ୍ଦୁପୁଟ ବିଟ୍‌ର ମୂଷାପଦର ପାଖରେ ଏକ ଟାଟାଏସି ଗାଡିରେ ୨ ଜଣ ଯୁବକ କାଠଗଣ୍ଡି ଜୟପୁର ନେଉଥିବା ସମୟରେ କୌଣସି ବିଶେଷ ସୁତ୍ରରୁ ଖବର ପାଇ ମିଳିତ ଭାବେ କର୍ମଚାରୀ ମାନେ ରାସ୍ତାର ଚାରିପଟେ ଘେରି ରହି ଚଢାଉ କରିବା ସମୟରେ ଗାଡି ଭିତରେ ବିପୁଳ ପରିମାଣର କାଠ ରହିଥିବା ଜାଣି ବୈପାରିଗୁଡା ବନବିଭାଗ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ ଚାଲିଥିବା ନେଇ ଜୟପୁର ଏସିଏଫ୍‌ ଡାକ୍ତର ଅମିତ କୁମାର ନାୟକ । କାଠମାଫିଆ ବନବିଭାଗ ଅଧିକାରୀଙ୍କୁ ଦେଖି ଗାଡି ଛାଡି ପଲାଇଯିବାରେ ସକ୍ଷମ ହେବା ଆଗରୁ କର୍ମଚାରୀ ମାଡି ବସିଥିବାର ଜଣାପଡିଛି । ଗାଡିରେ ଶାଳପଟା ବୋଝେଇ ହୋଇ ରହିଥିବା ସମୟରେ ବନବିଭାଗ ଗାଡିକୁ ଜବତ କରି ବନ କାର୍ଯ୍ୟାଳୟକୁ ଆଣିଥିଲେ । ଏହି ଟିମରେ ଏସିଏଫ୍‌ ଡାକ୍ତର ଅମିତ କୁମାର ନାୟକ, ଜୟପୁର ଡେପୁଟି ରେଞ୍ଜ ଅଫିସର ସଚିତାନନ୍ଦ ପରିଡା, ଜୟପୁର ସ୍କ୍ୱାଡ଼ କର୍ମଚାରୀ, ବୈପାରିଗୁଡା ରେଞ୍ଜର ଦଶମନ୍ତପୁର ବନପାଳ ରବିନ୍ଦ୍ର ପ୍ରଧାନ, ବନରକ୍ଷୀ କରୁଣା ଦିସାରୀ, ବୈପାରିଗୁଡା ବନରକ୍ଷୀ ମନୋରମା ଦେବୀ ଓ ପାରା କର୍ମଚାରୀ ଉପସ୍ଥିତ ଥିଲେ । ଜବତ ହୋଇଥିବା କାଠପଟାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.