jayashree

୩ ବର୍ଷର ଶିଶୁକୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୩ ବର୍ଷର ଶିଶୁଙ୍କ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖି ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଉତ୍ତରପ୍ରଦେଶର ଅବନିଶ ନାଏକ(୧୯) ବୋଲି ଜଣାପଡିଛି । ଏହି ଘଟଣା ବଲାଙ୍ଗିରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଅବନିଶଙ୍କ ଭଉଣୀ ଓ ଭେଣେଇ ବଲାଙ୍ଗିରରେ ରହି ଚୁଡି ବ୍ୟବସାୟ କରିଥାନ୍ତି । ସେମାନେ ସହରରେ ଏକ ଭଡା ଘର ନେଇ ରହୁଛନ୍ତି । ତେବେ ଅବନିଶ କିଛି ଦିନ ହେଲା ବଲାଙ୍ଗିର ବୁଲିବାକୁ ଆସି ତାର ଭଉଣୀ ଘରେ ରହୁଥିଲା । ଉଭଣୀ ଭଡା ରହୁଥିବା ଘରର ମାଲିକଙ୍କ ୩ ବର୍ଷ ଶିଶୁ ସହିତ ଅବନିଶ ମିଳାମିଶା କରୁଥିଲା । ଘରେ କେହି ନଥିବାରୁ ସୁଯୋଗ ନେଇ ଅବନିଶ ଖେଳୁଥିବା ଶିଶୁକୁ ଘର ଭିତରକୁ ନେଇ ଅପ୍ରାକୃତ ଯୌନ ସମ୍ବନ୍ଧ ରଖିଥିଲା । ତେବେ ଶିଶୁଟି କାନ୍ଦିବାରୁ ଅବନିଶ ଫେରାର ହୋଇ ଯାଇଥିଲା । ଶିଶୁଟି କାନ୍ଦିକାନ୍ଦି ମା’କୁ ଘଟଣା ସମ୍ପର୍କରେ କହିଥିଲା । ଏହାକୁ ନେଇ ପରିବାର ଲୋକେ ଟାଉନଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଓ ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଥିଲା ।

Leave A Reply

Your email address will not be published.