oom

ଉଠୁନି ଧାନ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

jsmm

ସୁବର୍ଣ୍ଣପୁର : ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିଲେ ମଧ୍ୟ ମଣ୍ଡିରେ ପଡିରହିଛି ହଜାର ହଜାର କୁଇଣ୍ଟାଲ ଧାନ । ଧାନ ନ ଉଠିବାରୁ ଏହାର ପ୍ରତିବାଦରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯାଳୟ ଘେରିଛନ୍ତି ଚାଷୀ । କେଉଁଠି ଧାନ ଗଜା ହୋଇଗଲାଣି ତ କେଉଁଠି ଧାନ ଓଦା ହୋଇ ନଷ୍ଟ ହେବାକୁ ବସିଲାଣି । ସରକାର ଧାନର ମାନ ନର୍ଦ୍ଧାରଣ କରି ଧାନ କିଣୁ ଥିବା ବେଳେ ଓଦା ହୋଇଥିବା ଧାନର ମାନ କିପରି ରହିବ ଓ ବିକିବେ ତାକୁ ନେଇ ଚିନ୍ତାରେ ଚାଷୀ । ଗୋଟିଏ ପଟେ ମଣ୍ଡିରେ ଚାଷୀ ଧାନ ବିକ୍ରି କରିବାକୁ ଚାତକ ପରି ଚାହିଁ ବସିଥିବା ବେଳେ ଅନ୍ୟ ପଟେ ଟାର୍ଗେଟ୍‌ରେ ନଥିବା କହି ପେକ୍ସ ସମ୍ପାଦକ ଧାନ କିଣୁ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ତେଣୁ ମଣ୍ଡିରୁ ଧାନ ଉଠୁନଥିବାରୁ ଆଜି ଜିଲ୍ଲାର ଶହ ଶହ ଚାଷୀ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରି ମଣ୍ଡିରୁ ତୁରନ୍ତ ଧାନ ଉଠାଇବାକୁ ଦାବି କରିଛନ୍ତି । ଦାବି ପୂରଣ ନହେଲେ ଚାଷୀ ମାନେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲ ପକାଇବା ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.