ଏପ୍ରିଲକୁ ଗ୍ରାହକ ସେବା ମାସ ଭାବେ ଘୋଷଣା କଲା ବିଏସ୍‌ଏନ୍‌ଏଲ୍‌

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରାୟତ୍ତ ଟେଲିକମ୍ ପ୍ରଦାନକାରୀ ସଂସ୍ଥା – ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌) ଏପ୍ରିଲ ୨୦୨୫କୁ ‘‘ଗ୍ରାହକ ସେବା ମାସ’’ ଭାବେ ଘୋଷଣା କରିଛି । ଏହା ଏକ ଦେଶବ୍ୟାପୀ ପଦକ୍ଷେପ, ଯାହା ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧି କରିବା ଏବଂ ବ୍ୟବହାରୀଙ୍କ ସହିତ ଦୃଢ଼ ସଂଯୋଗ ସ୍ଥାପନ ପାଇଁ ଉତ୍ସର୍ଗୀକୃତ । ସେବା ଉତ୍କର୍ଷତା ଉପରେ ବିଏସ୍‌ଏନ୍‌ଏଲ୍‌ର ନୂତନ ଅଭିଯ଼ାନ ଏବଂ ‘‘ଗ୍ରାହକ ପ୍ରଥମ’’ ପ୍ରତି ଏହାର ଦୀର୍ଘ ଦିନର ପ୍ରତିବଦ୍ଧତାର ଅଂଶବିଶେଷ ଭାବରେ ବିଏସ୍‌ଏନ୍‌ଏଲ୍‌ର ସମସ୍ତ ପରିମଣ୍ଡଳ, ବ୍ୟବସାୟୀ କ୍ଷେତ୍ର ଏବଂ ଯ଼ୁନିଟ୍ ଏହି ମାସବ୍ୟାପୀ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳ, ସହରାଞ୍ଚଳ, ଉଦ୍ୟୋଗ ତଥା ସମସ୍ତ କ୍ଷେତ୍ରରେ ଗ୍ରାହକମାନଙ୍କୁ ପୁନଃସଂଯୁକ୍ତ କରିବା । ଚଳିତ ମାସରେ ବିଏସ୍‌ଏନ୍‌ଏଲ୍‌ ଏହାର ସମସ୍ତ ମୋବାଇଲ୍ ଗ୍ରାହକ,  ଏଫ୍.ଟି.ଟି.ଏଚ୍., ବ୍ରଡବ୍ୟାଣ୍ଡ୍, ଲ୍ୟାଣ୍ଡଲାଇନ୍ ଏବଂ ଇବି ଗ୍ରାହକମାନଙ୍କୁ ସେମାନଙ୍କର ମତାମତ, ଅଭିଜ୍ଞତା ଏବଂ ପରାମର୍ଶ ବିଏସ୍‌ଏନ୍‌ଏଲ୍‌ ଗ୍ରାହକ ସେବା କେନ୍ଦ୍ର, ବିଏସ୍‌ଏନ୍‌ଏଲ୍‌ ୱେବ୍ ସାଇଟ୍, ସୋସିଆଲ ମିଡିଆ ଚ୍ୟାନେଲ, ସ୍ଵତନ୍ତ୍ର ଗ୍ରାହକ ପୋର୍ଟାଲ ଜରିଆରେ ଦେବାପାଇଁ ଅନୁରୋଧ କରୁଛି ।

jittmm
Leave A Reply

Your email address will not be published.