ଆସନ୍ତା ମେ’ ୨୮ରେ +୨ ରେଜଲ୍ଟ ତାରିଖ ଘୋଷଣା ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ମେ’ ୨୮ ତାରିଖରେ ଯୁକ୍ତ ୨ ରେଜଲ୍ଟ ତାରିଖ ଘୋଷଣା କରାଯିବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ । ଏହାପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ । ମେ’ ୩୦ କିମ୍ବା ୩୧ରେ ପ୍ରକାଶ ପାଇପାରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ । ସେହିପରି ଜୁନ୍‌ ୮ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ରେଜଲ୍ଟ ।

ସୂଚନାଥାଉ କି, ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା । ମୋଟ୍‌ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.

error: Content is protected !!