lika

ସିପିଆଇ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତଥା ଜିଲ୍ଲା ପରିଷଦ କମିଟି ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ଆନ୍ଦୋଳନ କରିଛନ୍ତି । ସିପିଆଇ ପାର୍ଟିର ଶତାଧିକ ସଭ୍ୟମାନେ ନୂତନ ବସ୍‌ ଟର୍ମିନାଲରୁ ପଦଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗାରେ ଅନ୍ଦୋଳନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଜନସେଚତନା କରି ଏକ ପଦଯାତ୍ରା କରିଥିଲା ସିପିଆଇ ଦଳ । ୧୮ଟି ଦାବୀ ନେଇ ସିପିଆଇ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲା । ଦାବୀ ଗୁଡ଼ିକ ହେଲା- ବେକାରି ସମସ୍ୟା ଦୂର କରିବା, ମଧୁବାବୁ ପେନସନ୍‌, ବାଦ୍ଧର୍କ୍ୟ ଭତ୍ତା, ବିଧବା ଭତ୍ତା ବୃଦ୍ଧି କରିବା, ମନରେଗାରେ ବର୍ଷକୁ ୨୦୦ ଦିନ କାମ ଯୋଗାଇ ଦେବା, କୃଷକ ବିରୋଧୀ କଳା ଆଇନ ପ୍ରତ୍ୟାହାର କରିବା, ଏମଡ଼ିଏମ ପାଚିକାମାନଙ୍କୁ ସରକାରୀ ଚାକିରି ମାନ୍ୟତା ଦେଇ ଦରମା ବୃଦ୍ଧି ଆଦି ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ ଶତାଧିକ ଲୋକେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପାଣ୍ଡବ ଭୋଇ, ଗୋପାଲ ଭୋଇ, ଉମାକାନ୍ତ ବାଗ, ଅଜୁର୍ନ ଖସଲେଙ୍କ ସମେତ ଶତାଧିକ ସିପିଆଇ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.