oom

ଉନ୍ନୟନ କାର୍ଯ୍ୟରେ ବ୍ୟାପକ ପିସି କାରବାର ଓ ଅନିୟମିତତା ପ୍ରତିବାଦରେ ବିଜେପିର ପାଇକମାଲ ବ୍ଲକ ଘେରାଉ ଡାକରା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ଉନ୍ନୟନମୂଳକ କାର୍ଯ୍ୟରେ ଆସୁଥିବା କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ବ୍ୟାପକ ପିସି କାରବାର ଯୋଗୁଁ ନିମ୍ନମାନର ହେଉଥିବା, ହଜାର ସଂଖ୍ୟାରେ ଶ୍ରମିକ ମାନଙ୍କୁ ୬ ମାସରୁ ଉର୍ଦ୍ଧ୍ବ ହେବ ମନରେଗା ଯୋଜନାର ଶ୍ରମିକ ପାଉଣା ଦେଉ ନଥିବା, ଖରା ମାସରେ ପାଣି ଛତ୍ରର କରିଥିବା ଶ୍ରମିକ ମାନଙ୍କୁ ମଜୁରୀ ଟଙ୍କା ଦେଇ ନଥିବା, ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଯୋଗାଇ ଦିଆଯାଉ ନଥିବା ଆଦି ସମସ୍ୟାର ପ୍ରତିବାଦରେ ଆସନ୍ତା ୨ ଡିସେମ୍ବର ଦିନ ପାଇକମାଲ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଭାରତୀୟ ଜନତା ପାର୍ଟି ନିଷ୍ପତ୍ତି ନେଇଛି । ପାଇକମାଲ ବ୍ଲକ ଘେରାଉ ସମୟରେ ବିଡିଓଙ୍କ ସହ ସମସ୍ତ ଅଧିକାରୀମାନେ ଉପସ୍ଥିତ ରହିବା ପାଇଁ ବିଜେପି ତରଫରୁ ବିଡିଓଙ୍କୁ ସୂଚନା ଦିଆଯାଇଛି । ଆଇନ ଶୃଙ୍ଖଳା ରକ୍ଷା ପାଇଁ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ପାଇକମାଲ ବ୍ଲକ ସାଂସଦ ପ୍ରତିଧିନ ବଳରାମ ସାହୁ, ପାଇକମାଲ ମଣ୍ତଳ ସଭାପତି କୌଲାସ ଦିଶ୍ରୀ, ମାଣ୍ଡୋସିଲ ମଣ୍ଡଳ ସଭାପତି ସଂଜୟ ବେହେରା, ଭେଙ୍ଗରାଜପୁର ସରପଞ୍ଚ ସୁଦାମ ଚରଣ ସେଠୀ, ସୁଶାନ୍ତ ନାଗ, ତିଲକ ରଣା, ପର୍ଶୁରାମ ନାୟକ, ମନୋଜ କୁମ୍ଭାର, ରାଜେନ୍ଦ୍ର ସେଠ, ଯୋଗେନ୍ଦ୍ର ଭୋଇ, ମୀନକେତନ ହାତୀ ପାଇକମାଲ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଘେରାଉ ଆନ୍ଦୋଳନରେ ବରଗଡ ସାଂସଦ ସୁରେଶ ପୂଜାରୀ, ମୁରଲି କୀଷ୍ଣା, ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଉପସ୍ଥିତ ରହିବେ ବୋଲି ବିଜେପି ମଣ୍ତଳ ସଭାପତି କୈଳାସ ଦିଶ୍ରୀ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.