ଅଭାବନୀୟ ଘଟଣା : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବରଗଡ଼, (ମୁନ୍ନା ସାହୁ) : ଘର ବାଉଣ୍ଡ୍ରିରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବରଗଡ଼ ବ୍ଲକ କଳାପାଣି ପଞ୍ଚାୟତ ୱାର୍ଡ ନମ୍ବର ୬ରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଆଜି ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଯୁବକଙ୍କ ନାମ କାଳିଆ ନାଗ ହୋଇଥିବା ବେଳେ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳକୁ ପୋଲିସ ଆସି ତଦନ୍ତ କରିବା ସହ ଏହା ହତ୍ୟା ନ ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.