କେନାଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା : ନ୍ୟାୟ ପାଇଁ ସମ୍ବଲପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ସମ୍ବଲପୁର : କେନାଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିବାର ଲୋକେ ନ୍ୟାୟ ପାଇଁ ସମ୍ବଲପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଯୁଯୁମୁରା ଥାନା ଥାପାପଡ଼ା କେନାଲ ନିକଟରୁ ରବିବାର ଲିପିଣ୍ଡା ଗ୍ରାମର ଶଙ୍କର ପ୍ରଧାନ(୩୪)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏ ନେଇ ଯୁଯୁମୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ବୁଧବାର ମୃତକଙ୍କ ପରିବାର ଲୋକେ ସମ୍ବଲପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି । ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରି ଦୋଷୀକୁ ଦଣ୍ଡ ଦେବାକୁ ପରିବାର ଲୋକେ ଏସ୍‌ପିଙ୍କୁ ନିବେଦନ କରିଛନ୍ତି । ଅନ୍ୟ ପଟେ ଯୁଯୁମୁରା ପୁଲିସ ମଧ୍ୟ ବୁଧବାର ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ ଶଙ୍କର ଘରୁ ବାହାରି ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ଖୋଜା ଖୋଜି କରି ନିରାଶ ହେବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରବିବାର ଥାପାପଡ଼ା କେନାଲ ନିକଟରୁ ମୃତଦେହ ଉଦ୍ଧାର ହୋଇଥିଲା ।

Leave A Reply

Your email address will not be published.