ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଲୋୟର୍ ସୁକ୍ତେଲ୍ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ହୋଇଥିବା କୋଇଣ୍ଡାପାଲି ଗ୍ରାମର ୩୪ ଜଣ ବିସ୍ଥାପିତଙ୍କୁ ଲର୍କିପାଲି-ସଦେଇପାଲି ପୁନର୍ବାସ ଓ ଥଇଥାନ କଳୋନୀ ନିମନ୍ତେ ଘରଡିହ ପଟ୍ଟା ବଂଟନ କରାଯାଇଛି । ଆଜି ଲୋୟର୍ ସୁକ୍ତେଲ୍ ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଂଯନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଂଚଳ ରାଣା ଉପସ୍ଥିତ ରହି କୋଇଣ୍ଡାପାଲି ଗ୍ରାମର ୩୪ ଜଣ ବିସ୍ଥାପିତଙ୍କୁ ଘରଡିହ ପଟ୍ଟା ବଂଟନ କରିଥିଲେ । ଏହି ପଟ୍ଟା ବଂଟନ କାର୍ଯ୍ୟକ୍ରମରେ ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ଲୋୟର୍ ସୁକ୍ତେଲ୍ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମହାପାତ୍ର, ପୁନର୍ବାସ ଓ ଥଇଥାନ ନିର୍ବାହୀ ଯନ୍ତ୍ରୀ ନିର୍ବିଘ୍ନ ଭୋଇ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ ବାଗ, ବଲାଙ୍ଗିର ତହସିଲଦାର ମଘବାନ ବାଗ, ସମସ୍ତ ଜୋନ୍ ଅଫିସରଙ୍କ ସମେତ ଲୋୟର୍ ସୁକ୍ତେଲ୍ ଜଳସେଚନ ପ୍ରକଳ୍ପର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଲୋୟର୍ ସୁକ୍ତେଲ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପନରେ ସହଯୋଗ କରିଥିବାରୁ ବିସ୍ଥାପିତ ଗ୍ରାମର ସମସ୍ତ ଗ୍ରାମବାସୀଙ୍କୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ଲୋୟର୍ ସୁକ୍ତେଲ୍ ଜଳସେଚନ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ତରଫରୁ ଜିଲ୍ଲାପାଳ ଶ୍ରୀ ରାଣା ଧନ୍ୟବାଦ ଦେବା ସହ ପୁନର୍ବାସ ଓ ଇଥଇାନ କଲୋନୀର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ତଥା ମୌଳିକ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ପ୍ରକାଶ କରିଥିଲେ ।