oom

ମଧ୍ୟରାତ୍ରରେ ଘରପୋଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭଷ୍ମୀଭୂତ

jsmm

କଣ୍ଟାମାଳ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲଶାଗୋରା ପଞ୍ଚାୟତ ଗୁଆବାହାଲ ଗ୍ରାମର ଇନ୍ଦ୍ରମଣୀ ରଣାଙ୍କ(୬୫) ୨ବଖରା ଘର ପୋଡି ଲକ୍ଷାଧିକ ଟଙ୍କାର ସଂପତି ଭଷ୍ମୀଭୂତ ହୋଇଛି । ଘଟଣାରୁ ଜଣାଯାଏ ଯେ ରବିବାର ରାତ୍ର ୧ଘଣ୍ଟା ସମୟରେ ଗ୍ରାମର ଇନ୍ଦ୍ରମଣୀଙ୍କ ଘରରେ ନିଆଁ ଜଳୁଥିବା ଦେଖି ଇନ୍ଦ୍ରମଣୀ ପାଟି କରି ଲୋକଙ୍କୁ ଡାକିଥିଲେ ପରେ ଗ୍ରାମର ଲୋକେ ଉଠି ନିଆଁ ଲିଭାଇବାରେ ସାହାର୍ଯ୍ୟ କରିଥିଲେ ହେଁ ନିଆଁକୁ ଆୟତ କରିପାରିନଥିଲେ ପରେ କଣ୍ଟାମାଳ ଦମକଳ କେନ୍ଦ୍ରକୁ ଫୋନକରି ଡକାଯାଇଥିଲା । ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ କରିଥିବା ବେଳେ ଏତେ ବେଳକୁ ଶ୍ରୀରଣାଙ୍କ ୨୦ ବସ୍ତାରୁ ଅଧିକ ଧାନ, ନଗଦ ୧୦ ହଜାର ଟଙ୍କା, ନିତ୍ୟ ବ୍ୟବହାରିକ ପୋଷାକ ଲତା, ଗୋଟିଏ ମଟର ସାଇକେଲ, ଗୋଟିଏ ସାଇକେଲ ସହ ଲକ୍ଷାଧିକ ଟଙ୍କାର ସଂପତି ପୋଡି ଯାଇଥିବା କହିଛନ୍ତି । ଶ୍ରୀରଣା ଗରିବ ପରିବାରର ହୋଇଥିବାରୁ ତରୁନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.