centurian jitm

ବଡ଼ମାଳ ଫପସି ଛକଠାରେ ଥିବା ଗଞ୍ଜେଇ ମାଫିଆଙ୍କ ଘର ଭାଙ୍ଗିଲା ପ୍ରଶାସନ

nschool

ଟିଟିଲାଗଡ/ସଇଁତଳା, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ସଇନ୍ତଲା ବଡ଼ମାଳ ଗୋଳାବାରୁଦ କାରଖାନା ଏକ ନମ୍ବର ଗେଟ ସମ୍ମୁଖରେ ଥିବା ଗଞ୍ଜେଇ ମାଫିଆ ଘନଶ୍ୟାମ ଜେନାଙ୍କ ଘରକୁ ଆଜି ପ୍ରଶାସନ ଜେସିବି ଲଗାଇ ଧୂଳିସାତ କରିଛି । ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଘନ ଫପସି ଛକରେ ଥିବା ସରକାରୀ ଜମି ଉପରେ ବେଆଇନ ଘର ନିର୍ମାଣ କରି ବେଆଇନ ଭାବେ ଗଞ୍ଜେଇ ବେପାର କରି ବାହାର ରାଜ୍ୟକୁ ଚାଲାଣ କରୁଥିଲା, ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ତେବେ ଗତ ଜୁଲାଇ ମାସରେ ଟିଟିଲାଗଡ଼ ଅବକାରୀ ବିଭାଗ ଦ୍ଵାରା ଘନଶ୍ୟାମଙ୍କ ଘର ଉପରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ୩୨ ପ୍ୟାକେଟ ଜରି ବସ୍ତାରେ ଭର୍ତି ଥିବା ଗଞ୍ଜେଇକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରୁ ୬ କ୍ୱିଣ୍ଟାଲ ୩୦ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଏନେଇ ଅଭିଯୁକ୍ତ ଘନଶ୍ୟାମଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଆଜି ସଇଁନ୍ତଳା ତହସିଲଦାର ମାନସନ ଫିଲ କେରକେଟ, ଟିଟିଲାଗଡ଼ ଏସ୍‌ଡିପିଓ ଶ୍ରୀମତି ଅଙ୍କିତା କୁମ୍ଭାର, ସଇଁନ୍ତଳା ଥାନା ଅଧିକାରୀ ଅବନି ସାହୁ, ଟିଟିଲାଗଡ଼ ଅବକାରୀ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ଘର ଭଙ୍ଗାଯାଇଛି ।

Leave A Reply

Your email address will not be published.