om academy

ଲଗାଣ ବର୍ଷାରେ ଭୂଷୁଡି ପଡିଲା ଘର

jsm

ବାଉଁଶୁଣୀ : ବୌଦ୍ଧ ତହସିଲ ବାଉଁଶୁଣୀ ରାଜସ୍ୱ ସର୍କଲ ଅନ୍ତର୍ଗତ ସିଙ୍ଗାରୀ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ନେଇ ଦୁଇଟି ପରିବାର ଆଜି ସହାୟତା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ବୌଦ୍ଧ ତହସିଲ ସିଙ୍ଗାରୀ ଗ୍ରାମର ରମେଶ ମାଝି ଓ ରମେଶ ମାଝିଙ୍କ ଘର କାନ୍ଥ ସହ ଚାଳ ଛପର ଗତକାଲି ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

ଫଳରେ ଉଭୟ ପରିବାର ୧୦ ଜଣ ସଦସ୍ୟ ମୁଣ୍ଡ ଗୁଞ୍ଜିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି । ସେମାନଙ୍କ ଭାଙ୍ଗି ଯାଇଥିବା ଘରକୁ ମରମତି ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବୀ କରିଛନ୍ତି । ବୌଦ୍ଧ ତହସିଲଦାର ଅଭିଯୋଗ ପାଇବା ପରେ ବାଉଁଶୁଣୀ ରାଜସ୍ୱ ନିରୀକ୍ଷକଙ୍କୁ ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଓ ତତ୍କାଳ ସହାୟତା ଯୋଗାଇ ଦେବାକୁ ତହସିଲଦାର ପ୍ରିତିବାଳା ରଣା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.