
ଟିଟିଲାଗଡ଼, (କେପିଏନ୍ଏସ୍) : ଟିଟିଲାଗଡ଼ ନିକଟସ୍ଥ ଝାରଦେବନ୍ଧ ପାହାଡ ପାଖରେ ୧୯୯୮ ଓ ୨୦୦୦ ମସିହାର ସିଟି ବ୍ୟାଚ୍ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ସି.ଟି ସ୍କୁଲର ସେ ସମୟର ପ୍ରଶିକ୍ଷାର୍ଥୀମାନେ ଦୀର୍ଘ ୨୫ ବର୍ଷ ପରେ ନିଜ ନିଜ ମଧ୍ୟରେ ଯୋଗାଯୋଗ କରି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ । ପାଖାପାଖି ୩୫ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଗୀତ ନାଚ ହସଖୁସିରେ ଏହି ମୂହୂର୍ତ୍ତର ଆନନ୍ଦ ନେଇଥିଲେ । ଅବସର ପ୍ରାପ୍ତ ଶିକ୍ଷକ ବିରଂଚି ମହାନନ୍ଦ, କିଶୋର ବାରିକ୍ ଏବଂ କଲଦର ସୁନାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ ଶିକ୍ଷକ ପ୍ରହିତ ମାଝୀ ସ୍ଥାନ ନିରୂପଣ ଏବଂ ସମସ୍ତ ଆୟୋଜନର ଦାୟିତ୍ୱ ନେଇଥିଲେ । ସଂଇତଳା ଏବିଇଓ ନାରାୟଣ ଭୋଇ ସଭା ପରିଚାଳନା କରିଥିଲେ । ଗଣେଶ ଭୋଇ, ବୈକୁଣ୍ଠ ଭୋଇ, ପ୍ରଭାକର ଭୋଇ, ନେତ୍ରମଣି ଭୋଇ, ଭୁବନ ମାଝୀ, ପ୍ରେମରାଜ ମାଝୀ, ଜିତେନ୍ଦ୍ର ସିଂହ ଭୋଇ, ମକର ମାଝି ସହଯୋଗ କରିଥିଲେ । ଶିକ୍ଷୟତ୍ରୀମାନଙ୍କ ମଧ୍ୟରୁ କୁନ୍ତୀ ବାଗ, ମଂଜୁଲା ମୁନା, ମୀନାକ୍ଷୀ ପ୍ରଧାନ, ପ୍ରଭାସିନୀ ସେଠ୍ ଏବଂ ଶିକ୍ଷକମାନଙ୍କ ମଧ୍ୟରୁ ଦେବେନ୍ଦ୍ର ମାଝୀ, ସୁରପତି ଝାଙ୍କର, ତରୁଣ ସିଂହ ଦିପ, ପ୍ରଶାନ୍ତ ସୁନା, ପାର୍ଥବ ମହାନନ୍ଦ, ଡମ୍ବରୁ ଧର ପ୍ରଧାନୀ, ରାଜୁ ପିତ୍ରୋଡା, ଧନ ସିଂ ଟାକରି, ଗୋବିନ୍ଦ ହିଆଲ, କାର୍ତ୍ତିକ ଶବର, ପୂର୍ଣ୍ଣଚନ୍ଦ୍ର ଭୋଇ ଆଦି ନିଜ ନିଜର ସ୍ମ୍ରତି ଚାରଣ ଓ ଅନୁଭବ ବ୍ୟକ୍ତ କରିଥିଲେ । ଷ୍ଟେଟ୍ ବ୍ୟାଙ୍କ ଇଭିନିଂଗ ବ୍ରାଂଚ ଟିଟିଲାଗଡ଼ର ଶାଖା ପ୍ରବନ୍ଧକ ହରେକୃଷ୍ଣ ବିଶି ଏବଂ ବର୍ତ୍ତମାନ ବରଗଡ଼ ଟାଉନ ଥାନାର ସବ୍ ଇଂସ୍ପେକ୍ଟର ଭାବେ କାର୍ଯ୍ୟରତ ପ୍ରମୋଦ ଭୋଇ ମଧ୍ୟ ଏହି ବ୍ୟାଚ୍ରେ ସିଟି ପ୍ରଶିକ୍ଷଣ ନେଇଥିବାରୁ ଯୋଗଦାନ କରିଥିଲେ । ଦୀର୍ଘ ୨୫ ବର୍ଷ ପରେ ସମସ୍ତେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭେଟା ଭେଟି ହେଇ ପାରିଥିବାରୁ ବହୁତ ଖୁସି ହୋଇଥିଲେ ଏବଂ ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।