ମୁକ୍ତିଲାଭ ଅପେକ୍ଷାରେ ସଚେତନଧର୍ମୀ ସମ୍ବଲପୁରୀ ଗୀତ ‘ମାଲ୍ ଟା କଲା ମତେ କାଲ୍’

ଆଗଲପୁର, (ପୁସ୍ତମ ଯୁଆଡି) : ଆଗଲପୁର ଶଙ୍ଖୁଆର ରୋହିତ୍ ଜେ ୭ ପ୍ରଡକ୍ସନ ହାଉସରେ ପ୍ରସ୍ତୁତ ହୋଇଯାଇଛି ବହୁତ୍ ସୁନ୍ଦର ମଦ ଉପରେ ଏକ ସଚେତନ ଧର୍ମୀ ଗୀତ “ମାଲ୍‌ ଟା କଲା ମତେ କାଲ୍‌”। ଏହି ଗିୀତର ରେକର୍ଡିଂ ଏମ.ଏସ. ଷ୍ଟୁଡିଓ ଡୁଙ୍ଗୁରିପାଲିରେ ସରିଯାଇଛି । ଏହି ଗୀତଟିକୁ ସୁନ୍ଦର ଭାବେ ଲେଖିଛନ୍ତି କେକି ସିଂ ଭୋଇ । କଣ୍ଠଦାନ କରିଛନ୍ତି ସୁପର ହିଟ୍ ଗାୟକ ଏ. ଗୋପାଳ । କନର କୁକୁଡ଼ା, ତତଲା ଚାହାର ଗୀତିକାର ନେତ୍ରାନନ୍ଦ ପୁଟେଲ ଓ ରୋହିତ୍ ସାହୁ ଓ ସଂଗୀତରେ ସଜେଇଛନ୍ତି ସଂଗୀତ ନିର୍ଦେଶକ ହରି ଓ ଜେମନ୍ତ । ଫେବୃୟାରୀ ମାସ ଭିତରେ ହିଁ ସ୍ବିଟ୍‌ ମ୍ୟୂଜିକ ୟୁଟୁବ୍‌ ଚେନାଲରେ ଏହା ମୁକ୍ତି ଲାଭ କରିବ ବୋଲି ପ୍ରଯୋଜକ ରାଜୁ ନନ୍ଦ ସୂଚନା ଦେଇଛନ୍ତି । ଗୀତଟି ସଚେତନଧର୍ମୀ ହେଇଥିବାରୁ ଦର୍ଶକ ଓ ଶ୍ରୋତାଙ୍କ ଆକୃଷ୍ଟ କରିବ ବୋଲି ପ୍ରଡକ୍ସନ ହାଉସ୍ ଆଶାବାଦୀ ଅଛନ୍ତି ।

Leave A Reply

Your email address will not be published.