oom

ଜିଲ୍ଲା ଓବିସି ଅବସରପ୍ରାପ୍ତ କର୍ମଚାରୀ ସଂଘ ଗଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜେନ୍ଦ୍ରପଡା ସ୍ଥିତ ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର କାର୍ଯ୍ୟାଳୟ ପରିସରରେ ମଲିଆ ଗଡୁଆଙ୍କ ଆବାହନ କ୍ରମେ ବଲାଙ୍ଗିର ଜିଲ୍ଲାର ଓବିସି ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର ସଭାପତି ଶଙ୍କର ପାତ୍ର ଉପସ୍ଥିତ ସଦସ୍ୟମାନଙ୍କୁ ସମ୍ବୋଧନ କରି କହିଲେ, ଓଡ଼ିଶାରେ ଓବିସିମାନଙ୍କୁ ରାଜ୍ୟ ସରକାର ୦% ସଂରକ୍ଷଣ ଦେଉଛନ୍ତି । ଏସ୍‌ଇବିସି ନାମରେ ରାଜ୍ୟ ସରକାର ଯେଉଁ ୧୧.୨୫ ସଂରକ୍ଷଣ ଦେଉଛନ୍ତି ତାହା ଓବିସି ସଂରକ୍ଷଣ ନୁହେଁ । ମଣ୍ଡଲ କମିସନ ଆଧାରରେ ଅନ୍ୟ ରାଜ୍ୟ ପରି ଓଡ଼ିଶାର ଓବିସିମାନେ ମଧ୍ୟ ଶିକ୍ଷା, ଚାକିରି ଓ ରାଜନୀତିରେ ୨୭% ସଂରକ୍ଷଣ ପାଇବା କଥା । ଓବିସି ମଞ୍ଚର ବାରମ୍ବାର ଦାବି ସତ୍ତ୍ୱେ ସରକାର କିଛି ଶୁଣୁନାହାନ୍ତି । ଓବିସିଙ୍କୁ ଭକୁଆ ବନେଇ ଖାଲି ଓବିସି ଭୋଟ ହାତେଇବାରେ ଲାଗିଛନ୍ତି । ଓବିସି ଜାତିର ଲୋକେ ସାମ୍ବିଧାନିକ ହକ୍‌ ଅଧିକାର ପାଇବାକୁ ହେଲେ ବ୍ୟାପକ ଜନ ସଚେତନ ଲୋଡା । ସମାଜର ଶିକ୍ଷିତ ଓ ସଚେତନ ନାଗରିକ ହିସାବରେ ଓବିସି ବର୍ଗର ଆଗାମୀ ପିଢ଼ି ପାଇଁ, ଆପଣମାନେ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ପାତ୍ର ଅନୁରୋଧ କରିଥିଲେ । ଆଜି ସଭାରେ ସର୍ବସମ୍ମତି କ୍ରମେ ମଲିଆ ଗଡୁଆଙ୍କ ନେତୃତ୍ୱରେ ଉମାକାନ୍ତ ପାତ୍ର, ଦୁର୍ଗା ପ୍ରସନ୍ନ ଛୁରିଆ, ବୈକୁଣ୍ଠ ସ୍ଵାଇଁ ଓ ରାଧାକାନ୍ତ ସାହୁଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଗଲା । ବୈଠକରେ ସୁରେନ୍ଦ୍ର ନେଗୀ, ପ୍ରଦୀପ କୁମାର ସାହୁ, ଦଶରଥ ବାଗ, ଭକ୍ତବନ୍ଧୁ ନାଏକ, ପ୍ରେମାନନ୍ଦ ପଟେଲ, ଜୟଚନ୍ଦ୍ର ପଟେଲ, ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର ବାଲେଶ୍ଵର ପଟେଲ, ଦୟାନିଧି ନାୟକ, ଜୟଦେବ ବେହେରା, ଛାୟାକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଓବିସି ମଞ୍ଚ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାସ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.