ପଦ୍ମପୁର ଦୁର୍ଗାପୂଜା ପରିଚାଳନା କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପ୍ରସିଦ୍ଧ ଦୁର୍ଗାପୂଜା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଦୁର୍ଗାପୂଜା କମିଟି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ସହରର ସମସ୍ତ ନାଗରିକ ମାନଙ୍କୁ ନେଇ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ୨୦୨୩ ମସିହାରେ ହୋଇଥିବା ପୂଜାର ଆୟବ୍ୟୟର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିବା ବେଳେ ଚଳିତ ପୂଜା ପାଳନ ନେଇ ଆଲୋଚନା କରିବା ସହ ଏକ ପରିଚାଳନା କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ସଭାପତି ଭାବେ ପ୍ରତାପ ମିଶ୍ର, ଉପସଭାପତି ଅଜିତ କୁମାର ଶତପଥୀ, ସଂପାଦକ ଯୁଗଳ କିଶୋର ସାହୁ, ସହ ସଂପାଦକ ଅଶୋକ କୁମାର୍ ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ସହ କୋଷାଧ୍ୟକ୍ଷ ଶ୍ୟାମଳ ଦାଶ, କାର୍ଯ୍ୟକାରୀ କମିଟି କୁନାଲ ପାଣିଗ୍ରାହୀ, ମହେଶ ବେହେରା, ସୌମ୍ୟଜିତ ପାଢୀ, ନବକିଶୋର ବରିହା, ନାରାୟଣ ପୁରୋହିତ, ଯୋଗେଶ ସାହୁ, ଆଶିଷ ନାୟକ, ନରେଶ ସୁନ୍ଦର ସାହୁ, ଅମିତ ଗର୍ଗ, ଦିନେଶ ବାରିକ, ଅଚ୍ୟୁତା ସେଠ, ମହିପାଳ ସାହୁ, ପ୍ରିୟ ରଞ୍ଜନ ଭୋଇ, ଭରତ ଚନ୍ଦ୍ର ପଣ୍ତା, ସୁରେଶ ରାମ ଚନ୍ଦାନୀ, ସୁରେଶ ଦାସ, ସୁନୀଲ କୁମାର ଅଗ୍ରୱାଲ, ନରସିଂହ ପଟ୍ଟନାୟକ, ଜୟରାମ ମହାପାତ୍ର, ସୁରେଶ ଦାଶ, ଅଭିମନ୍ୟୁ ସାହୁ, ମୁକେଶ ଅଗ୍ରୱାଲ, ନିଲୁ ଦାଶ, ବାବୁଲୁ ଦୋରା, ଜତୀନ୍ଦ୍ର ଦାଶ, ଲବଙ୍ଗାଧ ସାହୁ, ସରଜୁ ପଟ୍ଟନାୟକ, ସରୋଜ ମିଶ୍ର ଉପଦେଷ୍ଟା କମିଟିର ଉମେଶଚନ୍ଦ୍ର ସାହୁ, ସଦାନନ୍ଦ ପୁରୋହିତ, ସନ୍ତୋଷ କୁମାର ମହାନ୍ତି, ଜତୀନ୍ଦ୍ର କୁମାର ଦାଶ ପ୍ରମୁଖ ମନୋନୀତ ହୋଇଥିଲେ । ଚଳିତ ଦୂର୍ଗାପୂଜା କିପରି ଆକର୍ଷଣ ହେବା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହେବ ସେନେଇ ବିଭିନ୍ନ ବିଭାଗରେ, ଚାନ୍ଦା, ଶାନ୍ତି ଶୃଙ୍ଖଳା, ଖାଦ୍ୟ ପାନୀୟ ଆଦି ଦାୟିତ୍ଵ ତୁଲାଇବାକୁ ବିଭାଗ ବଣ୍ଟନ କରାଯାଇଥିଲା । ପରିଶେଷରେ ସଭାପତି ଶ୍ରୀମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.