om academy

ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ

jsm
  • ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

କେନ୍ଦୁଝର : ଓଡ଼ିଶାର ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ ସହ ସମୀକ୍ଷା କରିଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ସଂପୃକ୍ତ ବିଭାଗୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଉରକେଲାରୁ କେନ୍ଦୁଝର ଆସିବା ରାସ୍ତାରେ ମୁଖ୍ୟ ଶାସନ ସଚିବ ରାଜାମୁଣ୍ଡାରୁ ରିମୁଳି ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ । ଏହାପରେ ଯୋଡ଼ା-ବାମେବାରୀ ରାସ୍ତାରେ ନିର୍ମାଣାଧୀନ ଯୋଡ଼ା ଫ୍ଲାଇ ଓଭରର ଅଗ୍ରଗତି ତଦାରଖ କରିଥିଲେ । ପ୍ରକଳ୍ପ ନିର୍ମାଣ ଅଗ୍ରଗତିରେ ଯାହା ସମସ୍ୟା ପ୍ରତିବନ୍ଧକ ରହିଛି ଜିଲ୍ଲା ପ୍ରଶାସନ ସହଯୋଗରେ ସେସବୁର ସମାଧାନ କରି ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଫ୍ଲାଇ ଓଭର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଯଥା ସ୍ଥାନରେ ସର୍ଭିସ୍‌ ରୋଡ୍‌ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନଦୀବନ୍ଧ, ସ୍ପିଲ୍‌ୱେ, ଗେଟ୍‌ ଏବଂ ରିଭର ଗ୍ୟାପ୍‌ ଇତ୍ୟାଦି କାର୍ଯ୍ୟର ସ୍ଥିତି ତଦାରଖ କରିଥିଲେ ଏବଂ ଜୁନ୍‌ରେ ଶେଷ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.