ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଶ୍ରୀ ନଡ୍ଡା ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ କନ୍ଧମାଳ ଲୋକସଭା ଓ ବାଲିଗୁଡ଼ା ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ତୁମୁଡିବନ୍ଧ ଗସ୍ତ କରିବେ । ସେଠାରେ ପୂର୍ବାହ୍ନ ୧୧ଟା ୩୦ ସମୟରେ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ । ପରେ ଜଳେଶପଟା ଆଶ୍ରମସ୍ଥିତ ନୂତନ କନ୍ୟାଶ୍ରମକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହା ପରେ ଶ୍ରୀ ନଡ୍ଡା ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ଚିଲିକା ବିଧାନସଭା ଅନ୍ତର୍ଗତ ବାଣପୁର ପଲଟନ୍‌ ପଡ଼ିଆରେ ଅପରାହ୍ନ ୩ଟା ସମୟରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବେ । ଏହା ପରେ ସେ ବାଣପୁରସ୍ଥିତ ମା’ ଭଗବତୀ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ନାଚୁଣୀସ୍ଥିତ କଲେଜ ଇନଡୋର ଷ୍ଟାଡିୟମରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । ଏହା ପରେ ସେ ସଡ଼କ ପଥରେ ଭୁବନେଶ୍ୱର ଫେରିବେ । ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ବିମାନରେ ଯାତ୍ରା କରିବେ । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ଏ ନେଇ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ନଡ୍ଡାଙ୍କ ଗସ୍ତକୁ ନେଇ ରାଜ୍ୟ ବିଜେପି ପ୍ରସ୍ତୁତି ଆରମ୍ଭ କରି ଦେଇଛି । ପଡ଼ିଆ ବୁଲି ଦେଖିବା ସହ ସ୍ଥାନୀୟ ନେତାଙ୍କ ସହ ରାଜ୍ୟ ବିଜେପି ଟିମ୍‌ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.

error: Content is protected !!