ପାଟଣାଗଡ ଉପଜିଲ୍ଲାପାଳଙ୍କ ହରିଶଙ୍କର ଗସ୍ତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ କ୍ଷେତ୍ର ହରିଶଙ୍କରକୁ ପାଟଣାଗଡ ଉପଜିଲ୍ଲାପାଳ ଡ଼ା ବିଜୟା ନନ୍ଦ ସେଠୀ ବୁଧବାର ଗସ୍ତ କରିଥିଲେ । ଏହି ଅବସରରେ ଅନ୍ନ ଭୋଗର ମାନ ପରଖି ଥିଲେ । ସେହିପରି ଶ୍ରାବଣ ମାସରେରେ ସୋମବାର ସମେତ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହେଉଥିବାରୁ ତାର ନିୟନ୍ତ୍ରଣ ଉପରେ ମନ୍ଦିର ମ୍ୟାନେଜରକୁ କହିଥିଲେ । ମନ୍ଦିର ପରିସରରେ ଥିବା ଛୋଟ ଖାଲ ଖମା ମରାମତି ସହ ଝରଣା କୂଳରେ ବର୍ଷାରେ ଭାଙ୍ଗିଥିବା ଗଛ କାଟି ସଫା କରିବାକୁ କହିଥିଲେ । ଗସ୍ତ ଅବସରରେ ଉପଖଣ୍ଡ ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଦିଲିପ ବଗର୍ତ୍ତି, ମନ୍ଦିର ମ୍ୟାନେଜର ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.