oom

ଓଡ଼ିଶା ଜାଗା ମିଶନ ଟିମ୍‌ର ରାଜ୍ୟ ଉପଦେଷ୍ଟା ଶାଶ୍ୱତୀ ମିଶ୍ରଙ୍କ ବଲାଙ୍ଗିର ପୌର ପରିଷଦ ଗସ୍ତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ଜାଗା ମିଶନ ଟିମ୍‌ର ରାଜ୍ୟ ଉପଦେଷ୍ଟା ଶାଶ୍ୱତୀ ମିଶ୍ର ଗୁରୁବାର ବଲାଙ୍ଗିର ପୌର ପରିଷଦ ଗସ୍ତରେ ଆସିଚନ୍ତି । ପ୍ରଥମେ ସେ ସାମ୍ବାଦିକ ଭବନଠାରେ ଜାଗା ମିଶନ ପାଇଁ ଆଶାୟୀ ଥିବା ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଉଭୟ ସଭ୍ୟସଭ୍ୟା ଓ ଆଶାୟୀ ହିତାଧିକାରୀମାନକଙ୍କ ମନରେ ଉପୁଜି ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କିପରି ଜାଗା ମିଶନ ଜରିଆରେ ଅଧିକରୁ ଅଧିକ ଲୋକଙ୍କ ଉନ୍ନତି ହେବ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ପରେ ପୌର ପରିଷଦର ଅଧ୍ୟକ୍ଷା ଲିକା ସାହୁ, ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କ ସହ ପୌର ପରିଷଦ ଅନ୍ତର୍ଗତ ବିଷ୍ଣୁମୁଣ୍ଡା ମାଲଗୋଦାମ ପଡ଼ାଠାରେ ଥିବା ପୁନଃ ବସତି ଅଞ୍ଚଳକୁ ଯାଇ କ୍ଷେତ୍ର ପରିଦର୍ଶନ ବେଳେ ହିତାଧିକାରୀମାନଙ୍କ ସହିତ ଆଲୋଚନା କରି ସ୍ଥିତି ପରଖି ଥିଲେ । ତାଙ୍କର ଏହି ଗ୍ରସ୍ତ ସମୟରେ ପୌର ପରିଷଦର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.