ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରୀ ମହାପାତ୍ର କରଞ୍ଜିଆ ଗସ୍ତରେ ଦେଓ ଡ୍ୟାମ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଡ୍ୟାମ କାର୍ଯ୍ୟ ଶେଷ ହୋଇଛି ଓ ମାର୍ଚ୍ଚ ମାସ ସୁଦ୍ଧା କେନାଲ କାର୍ଯ୍ୟ ଶେଷ କରାଯାଇ ଖରିଫ ଋତୁରେ ଜଳସେଚନ ବ୍ୟବସ୍ଥା କରାଯିବ । ଏଥିସହ ଏହି ଡ୍ୟାମ ଉପରେ ଇକୋଟୁରିଜିମ ନିମନ୍ତେ ୧୦ଟି କଟେଜ ନିର୍ମାଣ କରାଯିବ । ପୂର୍ବରୁ ମୁଖ୍ୟ ଶାସନ ସଚିବ କରଞ୍ଜିଆ ଠାରେ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଜିଲ୍ଲାରେ ବହୁଦିନରୁ ବାକିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ୧୧ଟି ମେଗା ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୭ ହଜାର ଏବଂ ସୁବର୍ଣ୍ଣରେଖା ନିକଟସ୍ଥ ଅଞ୍ଚଳରେ ନୂତନ ଭାବେ ୧୦ ହଜାର ଜମିକୁ ଜଳସେଚନ କରାଯାଇ ପାରିବ । ମୁଖ୍ୟ ଶାସନ ସଚିବ ମୟୁରଭଞ୍ଜ ଯିବା ବାଟରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.