ommm
jittmm

ଗରିମା ପରିବାରର ରଜ ରାଜକୁମାରୀ ସିଜିନ ୪ର ଗ୍ରାଣ୍ଡ ଫିନାଲେ ଆସନ୍ତା ୧୭ ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ତରଫରୁ ରଜ ରାଜକୁମାରୀ ସିଜିନ ୪ ଆସନ୍ତା ଜୁନ ମାସ ୧୭ ତାରିଖ ଦିନ ଗ୍ରାଣ୍ଡ ଫିନାଲେ ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ । ଏଥିପାଇଁ ଅନୁଷ୍ଠାନ ତରଫରୁ ସେକ୍ଟର ୨ସ୍ଥିତ କମ୍ୟୁନିଟି ସେଣ୍ଟର୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି କୁହାଯାଇଛି, ଯେ ଏଥିପାଇଁ ଆସନ୍ତା ଜୁନ ୭ ତାରିଖ ଦିନ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ୍ ଠାରେ ରଜ ରାଜକୁମାରୀ ସିଜିନ ୪ର ଅଡିସନ ସହ ରଜ ସଜବାଜ, ପୋଡ ପିଠା ଓ ପୁଚିଖେଳ ଆଦି ପ୍ରତିଯୋଗିତାର ଅଡିସନ କରାଯିବ । ରଜ ରାଜକୁମାରୀ ପ୍ରତିଯୋଗୀ ମାନଙ୍କ ବୟସ ୧୩ ବର୍ଷରୁ ୨୨ ବର୍ଷ ମଧ୍ୟରେ ହୋଇଥିବ । ଏହି କାର୍ଯ୍ୟକ୍ରମରେ ଓଲିଉଡ଼ ଅଭିନେତ୍ରୀ ଇପ୍ସିତା ଅତିଥି ତଥା ବିଚାରକ ଭାବେ ଯୋଗଦେବେ । ଏହି ପ୍ରତିଯୋଗିତା ଗୁଡିକରେ ଶ୍ରେଷ୍ଠ କୃତି ୩ ପ୍ରତିଯୋଗୀଙ୍କୁ ୧୭ ତାରିଖ ଦିନ ସିଭିକ ସେଣ୍ଟର୍ ଠାରେ ନଗଦ ଅର୍ଥ ସହ ପୁରସ୍କାର ପ୍ରଦାନ କରାଯିବ । ଏହାସହ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମୋବାଇଲ ନମ୍ବର ୯୪୩୮୫୦୩୪୯୯/ ୭୮୪୭୦୪୫୪୦୪/ ୯୪୩୭୨୨୦୮୮୬/୯୭୭୮୫୮୩୮୮୪/୯୪୩୯୧୩୦୨୮୨ ରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ସୂଚନାଯୋଗ୍ୟ ଯେ ୧୭ ତାରିଖ ଦିନ ଅତିଥି ଭାବେ ଓଲିଉଡ ଅଭିନେତ୍ରୀ ଭୂମିକା ଦାଶ ଯୋଗଦେବେ । ଓଡ଼ିଆ ସଂସ୍କୃତି, ପରମ୍ପରାକୁ ଲୋକାଭିମୁଖୀ କରିବା ପାଇଁ ଗରିମା ପରିବାରର ଏଭଳି ପ୍ରୟାସ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗରିମାର ଅଧ୍ୟକ୍ଷା ନିହାରିକା ବସ୍ତିଆ, ଉପାଧ୍ୟକ୍ଷା ପ୍ରଣତୀ ଜେନା, ସଭାପତି ମମତା ନାଏକ, ଉପସଭାପତି ରେବତୀ ବାରିକ, ସାଧାରଣ ସମ୍ପାଦିକା ଶର୍ମିଲା ରାଜଗୁରୁ, ସମ୍ପାଦିକା ଡ ସରିତା ମଲ୍ଲ, କୋଷାଧ୍ୟକ୍ଷ ଶଙ୍କରିନା ପ୍ରଧାନ, ସହ କୋଷାଧ୍ୟକ୍ଷ ସନ୍ତୋଷୀ ମଲ୍ଲିକ, କାର୍ଯ୍ୟକ୍ରମର ଆବାହକ ସିଲି ମହାନ୍ତି ଓ ସହ ଆବାହିକା ଶାନ୍ତିଲତା ବାରିକଙ୍କ ସହ ଅନୁଷ୍ଠାନର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.