oom

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ : ୬ ଜଣ ଆଶାକର୍ମୀ ପୁରସ୍କୃତ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଏମ୍‌ସିଏଚ୍ ପ୍ରକୋଷ୍ଠରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଡିସି) ଡା. ରମେଶ ଚନ୍ଦ୍ର ସ୍ୱାଇଁ, ବରିଷ୍ଠ ସ୍ତ୍ରୀରୋଗ ବିଶେଷଜ୍ଞ ଡା.ପ୍ରକାଶ ଦଣ୍ଡସେନା, ଜିଲ୍ଲା ସଂଯୋଜକ ବିଶ୍ୱମ୍ବର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନେ ନିରାପଦ ଗର୍ଭପାତ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ, ନିରାପଦ ଗର୍ଭପାତ ନିମନ୍ତେ ସୁବିଧା ଉପଲବ୍ଧ ଥିବା ସ୍ୱୀକୃତି ପ୍ରାପ୍ତ ଡାକ୍ତରଖାନାର ସୁଯୋଗ ନେଇ ମା’ ମୃତ୍ୟୁକୁ ରୋକିବାରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି, ପୁନଶ୍ଚ ଏହା ଉପରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରି ସୁସ୍ଥ ସମାଜ ଗଠନରେ ସହାୟକ ହେବାକୁ ଆହ୍ୱାନ ଦେଇଛନ୍ତି । ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଉକ୍ତ ସଭାରେ ଇନ୍ଦୁରେଖା ବେହେରା ଏମ୍‌ସିଏଚ୍- ଇନଚାର୍ଜ, ଡିଇଓ ନାରାୟଣ ରଥ ସହଯୋଗ କରିଥିଲେ । ସଭାରେ ୬ ଜଣ ଆଶାକର୍ମୀଙ୍କୁ ଅତିଥି ବୃନ୍ଦ ସମ୍ମାନିତ କରିଥିଲେ । ସଭାରେ ଏମ୍‌ସିଏଚ୍‌ର କର୍ମକର୍ତ୍ତା ବୃନ୍ଦ, ଆଶା, ଏଏନ୍‌ଏମ୍ ଦିଦି ତଥା ପିଏନ୍‌ସି- ମା’, ସ୍ୱାସ୍ଥ୍ୟ ଅଧିକାରୀ ବୃନ୍ଦ ଓ ସାମ୍ବାଦିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଏଏମ୍‌ସିପି ତରଣୀସେନ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.