centurian jitm

ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଘେଁସ ଗ୍ରାମବାସୀ

ବରଗଡ଼, (ମୁନ୍ନା ସାହୁ) : ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହେଲେ ଘେଁସ ଗ୍ରାମବାସୀ । ଘେସ ଠାରେ ଥାନା ପ୍ରତିଷ୍ଠା ଦାବୀ ସାଙ୍ଗକୁ ଘେଁସ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାବୀ ନେଇ ୬ ଘଂଟିଆ ବନ୍ଦ ପାଳନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବରଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଗ୍ରାମବାସୀ । ଘେଁସ ଅଞ୍ଚଳ ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଅନେକ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ତେବେ ଅଞ୍ଚଳରେ ଏକ ଥାନା ଓ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ସାଧାରଣରେ ଦାବି କରାଯାଇଛି ।

Leave A Reply

Your email address will not be published.