om academy

ଜାମପଡା ଠାରେ ଗଣତନ୍ତ୍ର ଦିବସ ପାଳିତ

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତର ଜାମପଡ଼ା ଗ୍ରାମର ଅଗ୍ରଣୀ ଯୁବକ ସଂଘ ନବଜ୍ୟୋତି ପାଠାଗାର ତରଫରୁ ଜାମପଡା (ବସ୍ତିପଡା)ଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଗଣେଶ ନାଗ ପତାକା ଉତ୍ତୋଳନ କରିଥିଲେ ।

କ୍ଲବ ତରଫରୁ କଲମ ଓ ମିଠା ବଣ୍ଟା ଯାଇଥିଲା । ଏଥିରେ କ୍ଲବ ସଭାପତି ଚୁଡ଼ାମଣି ଖର୍ସେଲ, ସମ୍ପାଦକ ଅଜୟ ନାଗ ଏବଂ ଗାଁର ଭଦ୍ରବ୍ୟକ୍ତି ଲଖିଧର ଭୋଇ, ଭୁବନେଶ୍ୱର ନାଗ, ପଞ୍ଚା ନାଗ, ହୃଷି ଥପା ଓ କ୍ଲବ ସଦସ୍ୟ ଟୁନା ଭୋଇ, ଅନିଲ ଭୋଇ, ପୁରିତ ରଣା, ବିକାଶ ନାଗ, ରାହୁଲ , ସୁଶାନ୍ତ, ସମ୍ପୂର୍ଣ୍ଣ, ପ୍ରେମରାଜ, ଚନ୍ଦ୍ରମଣି ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରୀ ଆନନ୍ଦିନି, ଦୀପାଞ୍ଜଳୀ ଓ ସନ୍ଧ୍ୟା ଜାତୀୟ ସଙ୍ଗୀତ ଗାନ କରିଥିଲେ ।

Leave A Reply

Your email address will not be published.