୨୨୫ କେଜି ଗଞ୍ଜେଇ ଜବତ, ୪ ଗିରଫ

କଟକ : ଅବକାରୀ ବିଭାଗ ସୋମବାର ଦୁଇଟି ସ୍ଥାନରେ ଚଢାଉ କରି ୨୨୫ କେଜି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ଅବକାରୀ ଟିମ୍ ପଶ୍ଚିମ ବଙ୍ଗର ୪ ଜଣଙ୍କୁ ଗିରଫ କରିଛି । ଟାଙ୍ଗୀ ଟୋଲ ଗେଟ ପାଖରେ ଏକ ଟାଟା ଏସି ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ପୋଲିସ ଗାଡିକୁ ଅଟକାଇ ଯାଞ୍ଚ୍ କରିଥିଲେ । ସେଥିରୁ ୧୫୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଅବକାରୀ ପୋଲିସ ଗିରଫ କରିଛି । ସେହିପରି ବାରଙ୍ଗ ତ୍ରିଶୁଳିଆ ପାଖରେ ଏକ କାର୍ କୁ ଯାଞ୍ଚ୍ କରିବାରୁ ୭୫ କେଜି ଗଞ୍ଜେଇ ମିଳିଥିଲା । ଏହି ଘଟଣାରେ ଜଣେ ଡ଼୍ରାଇଭରଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.