om academy

ବିପୁଳ ପରିମାଣର ଗଞ୍ଜେଇ ଜବତ : ୪ ଅଭିଯୁକ୍ତ ଗିରଫ

jsm

କୋରାପୁଟ : ମାଛକୁଣ୍ଡ ପୁଲିସ କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ମାଛକୁଣ୍ଡ ପୁଲିସ କୋରାପୁଟ ଜିଲ୍ଲା ସୁରମି ଛକ ନିକଟସ୍ଥ ଜଲାପୁଟ ଗ୍ରାମ ନିକଟରେ ଦୁଇଟି ବୋଲେରୋ ଗାଡ଼ିରୁ ୨୦୦ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି । ଘଟଣାସ୍ଥଳରୁ ଦୁଇଟି ବୋଲେରୋ ଗାଡ଼ି ମଧ୍ୟ ଜବତ ହୋଇଛି । ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଡାଣ୍ଡେ କେଲେପ୍ପା, ସିସ୍ୱେରାଓ ଆଡେ, ୱାଭାନ୍ ରାଓ ଏବଂ ମାରୁତି ଚୌହାନ୍ । ଏମାନେ ସମସ୍ତେ କର୍ଣ୍ଣାଟକର ବୋଲି ଜଣାଯାଇଛି । ଏମାନଙ୍କ ବିରୁଦ୍ଧରେ ଏନଡିପିଏସ୍ ଅଧିନିୟମ ଅନୁଯାୟୀ ମାମାଲା ରୁଜୁ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ । ଏହି ଗଞ୍ଜେଇକୁ ଆନ୍ଧ୍ର ଓଡ଼ିଶା ସୀମାରୁ ଜଲପୁଟ, ଲାମଟାପୁଟ ହାଇଦ୍ରାବାଦକୁ ଜୟପୁର ଦେଇ ଚାଲାଣ କରାଯାଉଥିଲା । ଏସଆଇ ଟି ପଟ୍ଟନାୟକ ଏହି ଘଟଣାର ତଦନ୍ତ କରୁଥିବା ନେଇ ନନ୍ଦପୁର ଏସଡିପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.