
ମୁନିଗୁଡ଼ା : ରାୟଗଡା ଜିଲ୍ଲା ରାମନାଗୁଡ଼ା ଠାରେ ଚେକିଂ କରିବା ବେଳେ ଏକ ଆଇଚର ଟ୍ରକ୍ରୁ ୩୫ଟି ବସ୍ତାରୁ ପ୍ରାୟ ୧୨୨୮ କେଜି ଗଞ୍ଜେଇ ଜବତ ଗୁଣୁପୁର ପୋଲିସ ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ରାମନାଗୁଡା ଠାରେ ପୋଲିସ ଚେକିଂ ବେଳେ ଏକ ଆଇଚର ଟ୍ରକ୍କୁ ସନ୍ଦେହ ହେବାରୁ ପୋଲିସ ଅଟକାଇଥିଲା । ଟ୍ରକ୍ଟିକୁ ଯାଞ୍ଚ୍ କରିବାରୁ ୩୫ଟି ବସ୍ତାରୁ ପ୍ରାୟ ୧୨୨୮ କେଜି ଗଞ୍ଜେଇ ଜବତ କରି ଗଞ୍ଜେଇ ମାଫିଆକୁ ଗିରଫ କରିଛି ପୋଲିସ । ଏହା ସହ ଏହି ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ଗୋଟିଏ କାର୍, ବୁଲେଟ୍ ଓ ନଗଦ ୭୦୦ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ଜଣକ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁମୁଡ଼ା ନିକଟସ୍ଥ ଗୋପାଳପୁର ଗ୍ରାମର ସୁନୀଲ ଗୌଡ଼ ବୋଲି ଜଣାପଡିଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିବ ପୋଲିସ । ଏହା ସହ ଏହି ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି ।