om academy

ପାଟଣାଗଡ ସାଂସ୍କୃତିକ ପରିଷଦ ତରଫରୁ ଗଂଗାଧର ମେହେର ଜୟନ୍ତୀ ପାଳିତ

jsm

ପାଟଣାଗଡ, (ଗୋରେଖ ନାଥ ବରିହା) : ପାଟଣାଗଡ ଭାରତ ମାତା କ୍ଳବ୍ ଠାରେ ସାଂସ୍କୃତିକ ପରିଷଦ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶହେ ଅଣଷଠିଏ ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ପୂର୍ବାହ୍ନ ଆଠ ଘଣ୍ଟା ସମୟରେ ପାରମ୍ପରିକ ରୀତିରେ ସ୍ଥାନୀୟ ଗଂଗାଧର ମେହେର ପାର୍କ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

କବିତା ପାଠୋତ୍ସବରେ ଆଶିଷ କୁମାର ଚନ୍ଦନ ଅଧ୍ୟକ୍ଷତାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଂପାଦକ ଦିଲ୍ଲୀପ କୁମାର ମିଶ୍ର ସଂଯୋଜନା କରିବା ସହିତ ଉପସ୍ଥିତ ଅତିଥି ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାହିତ୍ୟ ଆସରରେ ଅତିଥି ଭାବେ ଅନ୍ତର୍ଯ୍ୟାମୀ ମେହେର ଏବଂ ସାଂସ୍କୃତିକ ପରିଷଦର ପୂର୍ବତନ ସଭାପତି ଲିଙ୍ଗରାଜ ଚନ୍ଦା ଓ ସୁଶ୍ରୀ ସଂଯୁକ୍ତା ପରିଛା ଯୋଗ ଦେଇଥିଲେ । ପରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଶ୍ରୀ ସଂଯୁକ୍ତା ପରିଛା ଓ ସନ୍ତୋଷ କୁମାର ଦାଶ ସଂଯୋଜନା କରିଥିଲେ । କବି ପ୍ରତିମା ମେହେର, ସଂଯୁକ୍ତା ଚନ୍ଦନ, ବିଶ୍ୱାସ ପଟ୍ଟନାୟକ, ରାନା ପ୍ରଧାନ ସମେତ ବହୁ କବି ଓ କବିୟତ୍ରୀ ଯୋଗଦେଇ ଥିଲେ ।

Leave A Reply

Your email address will not be published.