ଗଣ୍ତାବଜା କଳାକାରଙ୍କୁ ଚିହ୍ନଟ କରି ପଞ୍ଜିକୃତ କରିବା ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକର ଲକ୍ଷେ ଘର ଗଣ୍ତା ସମାଜର ସଭାପତି ଭୋଜରାଜ ବାଗ ଝାରବନ୍ଧ ବ୍ଲକ ବିଡିଓ ରୁନୁ ଲାକ୍ରାଙ୍କ ମାଧ୍ୟମରେ ଜିଲ୍ଲାପାଳ ବରଗଡ଼ଙ୍କୁ ଦାବଷପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲାର ହେଉଛି ଏକ କଳାଶିକ୍ତ ମାଟି । କଳା ସଂସ୍କୃତିର ଚିରସାଥୀ ହେଉଛି ଗଣ୍ତାବଜା କଳାକାର(ବଜନିଆ) । ଗଣ୍ତା ବଜା ବିବାହ ତଥା ପୂଜା ପାର୍ବଣରେ ସହଯୋଗ କରି ବିଭିନ୍ନ ଉତ୍ସବକୁ ମନୋରଞ୍ଜନ ତଥା ଚିତ୍ତାକର୍ଷକ କରିଥାଏ । ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମରେ ଯୋଗଦାନ କରି ଲୋକଙ୍କ ମନକୁ ହରଣ କରିଥାଏ । ମାତ୍ର ଚଳିତ ବର୍ଷ କୋଭିଡ -୧୯ ପାଇଁ ଲକ୍ ଡାଉନ ସମୟରେ ପୂଜା ପାର୍ବଣ, ବିବାହ ତଥା ସାଂସ୍କୃତିକ କାର୍ୟ୍ୟକ୍ରମ ବନ୍‌ନ୍ଦ ହୋଇଯାଇଛି । ଯାହାଦ୍ବାରା ଗଣ୍ତା ବଜନିଆମାନେ ପେଟ ପାଟଣାର ଚିନ୍ତାରେ ଦୟନୀୟ ବେସହାରା ଅବସ୍ଥାରେ ଜୀବନ ଯାପନ କରୁଛନ୍ତି । ତେଣୁ ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକର ଗଣ୍ତାବଜା କଳାକାର (ବଜନିଆ)ମାନଙ୍କୁ ଚିହ୍ନଟ କରି ତଥା ପଞ୍ଜିକୃତ କରି ସରକାରୀ ଆର୍ଥିକ ସାହାର୍ୟ୍ୟ ପ୍ରଦାନ କରିବା ନିମନ୍ତେ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରା ଯାଇଛି । ଦାବୀ ପତ୍ର ଦେବା ସମୟରେ ଲକ୍ଷେ ଘର ଗଣ୍ତା ସମାଜ ଝାରବନ୍ଦ ବ୍ଲକ ସଭାପତି ଭୋଜରାଜ ବାଗ, ମୋତିଲାଲ ବାଗ, ଦୌଲତ ତାଣ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହାର ଅବିକଳ ନକଲ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯାଇଛି ବୋଲି ଜଣାପଡେ ।

Leave A Reply

Your email address will not be published.