om academy

ତୃତୀୟ ଦିନରେ ଶିକ୍ଷକଙ୍କ ଗଣଧାରଣା : ସବୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

jsm

ମ.ରାମପୁର, (ହେମନ୍ତ ସାହୁ) : ତିନି ଦଫା ଦାବୀରେ ଅଟଳ ରହିଛି ଶିକ୍ଷକ ସଂଘ । ଆଜିତୃତୀୟ ଦିନରେ ପହଞ୍ଚିଛି ଗଣଧାରଣା । ତେବେ ଏହି ଧାରଣା ପାଇଁ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିଛି । ଅନ୍ୟପଟେ ଶିକ୍ଷକମାନେ ଭୟ ନୁହେଁ ନ୍ୟାୟ ଦିଅ ବୋଲି ନିଜ ଜିଦ୍‌ ଧରି ନିରନ୍ତର ଭାବେ ଆନ୍ଦୋଳନ ଜାରି ରଖିଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଫେଡେରସନ୍‌ ମ.ରାମପୁର ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବୀ ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ଗତ ଅଗଷ୍ଟ ପାଞ୍ଚ ତାରିଖ ଦିନ ପ୍ରଦାନ କରାଯାଇଥିଲା । ଉକ୍ତ ଦାବୀର କୌଣସି ସମାଧାନ କିମ୍ବା ନିର୍ଭର ପ୍ରତିଶ୍ରୁତି ନ ମିଳିବା ଯାଏଁ ଶିକ୍ଷକମାନେ ସମୂହ ଛୁଟି ସହ ସାରା ଓଡ଼ିଶାର ପ୍ରତି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଗଣଧାରଣାରେ ବସି ରହିଛନ୍ତି । ମ.ରାମପୁର ବ୍ଲକ୍ ସଂଘର ସଭାପତି ବିଭୁତି ଭୂଷଣ ପ୍ରହରାଜଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକମାନେ ଧାରଣାରେ ବସିଥିବା ବେଳେ ତିନି ଦଫା ଦାବୀ ଯଥା ରାଜ୍ୟ ସରକାର ଠିକା ଉଚ୍ଛେଦ କରି ଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା କରାଯାଉ ତଥା ବିଦ୍ୟାଳୟରେ ଥିବା ଗଣଶିକ୍ଷକ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ଦିଆଯାଉ । ରାଜ୍ୟରେ କେନ୍ଦ୍ର ସରକାର ନୂତନ ଶିକ୍ଷା ନୀତିକୁ ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟ କରୁଥିବାରୁ ତଥା ମୂଳ ପଦବୀ ଯୋଗ୍ୟତାରେ ପରିବର୍ତନ ହୋଇଥିବାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୂଳ ବେତନ ଲେବୁଲ- ୯ କେନ୍ଦ୍ର ହାରରେ ଗ୍ରେଡ ପେ ୪୨୦୦ ଶହ କରାଯାଉ । ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ନେଇ ଦାବୀ କରିଛନ୍ତି । ଆଜିର ଏହି ସମୂହ ଛୁଟି ଓ ଧାରଣା ପ୍ରଫୁଲ୍ଲ ସାହୁ, ତାନୁରାମ ହରିଜନ, ବୀରେନ୍ଦ୍ର ରଥ, ଶଙ୍କର ରଥ, ଗଙ୍ଗାଧର ସାହୁ, ମୋହନ ନାଏକ, ପ୍ରଶାନ୍ତ ଦଣ୍ଡସେନା, କୁନୁ ରଥ, ରାମେଶ୍ୱର ପାତ୍ର, ମୁକେଶ ହୋତା, ଶୁଭଶ୍ରୀ ପଣ୍ଡା, ଶିଭାଗିନୀ ହୋତାଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.