centurian jitm

ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ର ଆୟୋଜନ

  • କୋଶଳ କଳା ମଣ୍ଡଳ ପଡିଆରୁ ଦୌଡିଲେ ଶହଶହ ଲୋକ, ଛାତ୍ରଛାତ୍ରୀ ଓ ଅଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ୟ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା । ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ଯୁବପିଢ଼ିଙ୍କୁ ଏହାର ଗୌରବମୟ ଇତିହାସ ସମ୍ବନ୍ଧରେ ଅବଗତ କରାଇବା ନିମନ୍ତେ ରାଜ୍ୟବ୍ୟାପୀ ଆୟୋଜିତ ହେଇଛି ଐତିହ୍ୟ ଗଣଦୌଡ । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଥମଥର କରି ପାଳନ କରାଯାଉଥିବା ଓଡ଼ିଆ ପକ୍ଷର ପଞ୍ଚମ ଦିବସରେ ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁଳ ସଂଖ୍ୟାରେ ବଲାଙ୍ଗିରର ଜନସାଧାରଣ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ , ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.