oom

କେଓମାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉଦ୍‌ଯାପିତ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅଧିନସ୍ଥ କେଓମାଲ ଉଚ୍ଚ ବିଦ୍ୟାଳୟରେ ଗତ ୨ଦିନ ଧରି ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ଉତ୍ସବ ମୁଖ୍ୟ ଅତିଥି କେଓମାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ ଯୋଗଦେଇ କ୍ରୀଡାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶିକ୍ଷକ ସୁଶାନ୍ତ ଭୋଇ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କ୍ରୀଡାକୁ ଶାରୀରିକ ଶିକ୍ଷକ ନରସିଂହ ସ୍ଵାମୀ ନାଇଡୁଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହାର ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥିଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ, ସମ୍ମାନିତ ଅତିଥି କେଓମାଲର ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର ସାହୁ, ଦୟାସାଗର ପାଣ୍ଡେ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କ୍ରୀଡ଼ାରେ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ସଟ ପୁଟ, ଡିସ୍କସ ଥ୍ରୋ, ଲଙ୍ଗ ଜମ୍ପ, ରିଲେ ରେସ, ମ୍ୟୁଜିକ ଚେୟାର ଏବଂ ବିଦ୍ୟାଳୟର ମୁଖ୍ୟ ଆକର୍ଷଣ ଥିଲା ରେଡ୍‌ ହାଉସ ଏବଂ ବ୍ଲୁ ହାଉସ ମଧ୍ୟରେ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ରେଡ ହାଉସ ବିଜୟ ଲାଭ କରିଥିଲା । ଏହି ପରିପ୍ରେକ୍ଷୀରେ ୪୦୦ ମିଟର ବାଳକରେ ବିଜେତା ଆଶ୍ରିତ ଭୋଇ ପ୍ରଥମ, ତପନ ନନ୍ଦ ଦ୍ଵିତୀୟ, ରାମ କୃଷ୍ଣ ବଗର୍ତ୍ତୀ ତୃତୀୟ । ୪୦୦ ମିଟର ବାଳିକାରେ ପ୍ରଥମ ଉମାକାନ୍ତି ମହାନନ୍ଦ, ଦ୍ଵିତୀୟ ରାକ୍ଷୀ ବାରିକ, ତୃତୀୟ ସୁବଳୟା ରାଜପଲିଆ, ସଟ ପୁଟ ବାଳକରେ ଇତୁ ଭୋଇ ପ୍ରଥମ, ଅବିନାଶ ଭୁଏ ଦ୍ଵିତୀୟ, ତପନ ନନ୍ଦ ତୃତୀୟ, ସଟ୍ ପୁଟ ବାଳିକା ବର୍ଗରେ ସଞ୍ଜନା ନନ୍ଦ ପ୍ରଥମ, ପୁଷ୍ପାଞ୍ଜଳି ଧରୁଆ ଦ୍ଵିତୀୟ, ସିମ୍ରନ୍ ନନ୍ଦ ତୃତୀୟ, ବିଦ୍ୟାଳୟର ଛାତ୍ରୀ ଉମାକାନ୍ତି ମହାନନ୍ଦ ବାଳିକା ବର୍ଗରେ ଚାମ୍ପିଆନ ହୋଇଥିଲେ । ଶେଷରେ ସଂସ୍କୃତ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କଲେ । ବିଦ୍ୟାଳୟ ବରିଷ୍ଠ କିରାଣି ସତ୍ୟ ନାରାୟଣ ରାଜପଲିଆ, ଲକ୍ଷ୍ମୀପ୍ରିୟା ଗୁରାଣ୍ଡି, ସୁବିଜ୍ଞ ଗୁରାଣ୍ଡି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.