oom

ପୋଡ଼ାପାଲିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ପୋଡପାଲି ଗ୍ରାମରେ ଗତ ୧୯ରୁ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି । ଆଶ୍ୱିନ ପୂର୍ଣ୍ଣମୀ ତିଥିରେ ଅଧିବାସ କୁମ୍ଭ ସ୍ଥାପନ, ମଣ୍ଡଳ ପୂଜା, ନବଗ୍ରହ ପୂଜା ଇନ୍ଦ୍ରାଦି ଦଶଦିଗପାଳ ପୂଜା ସହିତ ମା’ ଲକ୍ଷ୍ମୀ, ମହାସରସ୍ବତୀ, ମହାକାଳୀ, ଇନ୍ଦ୍ରଦେବ ଓ ଗଜଙ୍କୁ ଆବାହନ କରାଯାଇଥିଲା । କୁମ୍ଭ ସ୍ଥାପନ ପରେ ଆଦ୍ୟଦେବ ଶ୍ରୀ ଗଣେଶଙ୍କୁ ଆବାହନ କରି ମା’ ଗଜଲକ୍ଷ୍ମୀଙ୍କ ସମେତ ପାଖ ଦେବଦେବୀଙ୍କ ପୂଜା ଆରାଧନା ଆରମ୍ଭ କରାଯାଇଥିଲା । ତେବେ ଏହି ପୂଜା କାର୍ତ୍ତିକ କୃଷ୍ଣ ଦଶମୀ ତିଥି ଯାଏଁ ଚାଲିବାର ପରମ୍ପରା ଥିଲେ ମଧ୍ୟ କୋଭିଡ କଟକଣା ପାଇଁ ମା’ଙ୍କ ପୂଜା ଆଜି ଶେଷ କରାଯାଇଛି । ସେହିପରି ମା’ଙ୍କ ଭଶାଣି ଉତ୍ସବ ନିରାଡମ୍ବ ଭାବେ ପାଳନ କରିବା ପାଇଁ ପୋଡପାଲି ପୂଜା କମିଟିକୁ କୁହାଯାଇଛି । ଏହି ପୂଜାରେ ପ୍ରହଲ୍ଲାଦ ଶବର ଓ ତାଙ୍କ ଧର୍ମ ପତ୍ନୀ ମମତା ଶବର କର୍ତ୍ତାଭାବରେ ପୂଜାର୍ଚ୍ଚନା କରୁଥିବା ବେଳେ, ପୂଜକ ଭାବେ ଦୂର୍ବାଦଳ ଷଡ଼ଙ୍ଗୀ ସମ୍ପାଦନା କରିଥିଲେ । ଉକ୍ତ ପୂଜାକୁ ସୁପରିଚାଳନା କରିବାରେ ଅନମତ ଶବର, ବିଷ୍ଣୁ ଶବର, ବିଜୁଦାସ ମହାନନ୍ଦ, ହେରମ୍ବ ବାଗ, କୁଷ ଶବର, ଗିରିଧାରୀ ଶବର, ନରେନ୍ଦ୍ର ଶବର, ଲକ୍ଷ୍ମଣ ଶବର, ଜୟାନନ୍ଦ ମାଝୀ, ସନ୍ତୋଷ ସୁନା, ମୁକେଶ ସୁନା ଅକ୍ରୁର ସୁନା, ଦାଧିରାମ ଶବର ମୁଖ୍ୟ ଭୂମିକା ସମ୍ପାଦନ କରିବା ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.