ମହୁଲପାଲିରେ ଗଜଳଷ୍ମୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ପାଳନ ହେଲା ମା’ ଗଜଳଷ୍ମୀଙ୍କ ପୂଜା । ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଅନତି ଦୂରରେ ଥିବା ମହୁଲପାଲି ଗ୍ରାମରେ ୨୦ତମ ମା’ ଗଜଳଷ୍ମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି । ଗତକାଲି ଅପରାହ୍ନ ୨ଟା ସମୟରେ କଳସ ଯାତ୍ରାରେ ବାହାରି ଗାଁ ପୋଖରୀରୁ ପାଣି ଆଣିଥିଲେ । ଏହି ପୁଜାରେ କର୍ତ୍ତା ଭାବରେ ଜନ୍ମେଜୟ ବାରିକ ଓ ତାଙ୍କ ପତ୍ନୀ ଦାୟିତ୍ୱ ତୁଲାଇଛନ୍ତି ଏବଂ ଆୟୋଜକ ଭାବରେ ସଭାପତି ରାହସ ବିହାରୀ ସାହୁ ଦାୟିତ୍ୱ ନେଇଛନ୍ତି ।

Leave A Reply

Your email address will not be published.