କରୋନାରେ ପୁଣି ଗଡ଼ିଲା ମୁଣ୍ଡ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ କରୋନାର ଦ୍ବିତୀୟ ଲହରୀ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଅଧିକ ଚିନ୍ତା ବଢ଼ାଇଛି ଗତ ୩ ଦିନରେ ବରଗଡ଼ ସହରରେ ଥିବା ଏକ ଘରୋଇ ଚିକତ୍ସାଲୟରେ ପାଞ୍ଚ ଜଣ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିବା ଘଟଣା । ସୂଚନା ଅନୁସାରେ ରାଉରକେଳା କଲୁଙ୍ଗା ଅଞ୍ଚଳର ମୂଳ ବାସିନ୍ଦା ରାମାଶ୍ରେୟ ସା'(୬୩) ଗତ ୬ ଏପ୍ରିଲରେ କଲିକତାରୁ ରାଉକେଲା ଆସିଥିଲେ । ପରେ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଗତ ୧୧/୦୪ ରେ ରାଉରକେଲାରେ କୋଭିଡ ପରୀକ୍ଷା କରିଥିଲେ । ପଜିଟିଭ ଆସିବା ପରେ ରାଉରକେଲା ଆଇ.ଜି.ଏଚ ଚିକିତ୍ସାଲୟରୁରୁ ବରଗଡ଼ ବିକାଶ ହସ୍ପିଟାଲକୁ ଉନ୍ନତ ମାନର ଚିକିତ୍ସା ପାଇବା ଆଶାରେ ନେଇ ଆସିଥିଲେ । ହେଲେ ଆଜି ଭୋର ୫ଟା ସମୟରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାରରେ ତାଙ୍କର ଦୁଇ ପୁଅ ଏବଂ ସ୍ତ୍ରୀ ରହିଥିବା ବେଳେ ବର୍ତ୍ତମାନ ସମସ୍ତେ କୋଭିଡ ପଜିଟିଭ ଥିବା କହିଛନ୍ତି ତାଙ୍କର ବଡ ପୁଅ ଚିଣ୍ଟୁ ସାହୁ । ତେଣୁ ସେ ସୋସିଆଲ ମିଡିଆ ମାଧ୍ୟମରେ ସଂକଳ୍‌ଳ୍ପ ପରିବାର ବିଷୟରେ ଖବର ପାଇଁ ଆଜି ସଂକଳ୍‌ଳ୍ପ ପରିବାରର ବିକାଶ ଅଗ୍ରୱାଲଙ୍କ ସହିତ ତାଙ୍କ ବାପାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ଅନୁରୋଧ କରିଥିଲେ । ପ୍ରକୃତରେ ତାଙ୍କର ଅସୁବିଧା ଥିବା ଜାଣି ଆଜି ବରଗଡ଼ ପିପଲମୁଣ୍ଡା ସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ସଂକଳ୍‌ଳ୍ପ ପରିବାର ଦ୍ୱାରା ସସମ୍ମାନେ ତାଙ୍କର ଶବ ସତ୍କାର କରାଯାଇଥିଲା । ତାଙ୍କର ବଡ ପୁଅ ଚିଣ୍ଟୁ ସାହୁ ସମସ୍ତ କୋଭିଡ ନିୟମ ପାଳନ କରି ମୁଖାଗ୍ନି ଦେଇଥିବା ବେଳେ ସଂକଲ୍‌ପ ପରିବାର ତରଫରୁ ଉପସଭାପତି ଜି ରମେଶ, ବିକାଶ ଅଗ୍ରୱାଲ, ନିଲେଶ ପଧାନ, ସଂଦୀପ ସେଠ, ଲୋକନାଥ ମେହେର ପ୍ରମୁଖ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.