centurian jitm

ଉପୁଡିଲା ୨୫୦ ବର୍ଷ ପୁରୁଣା ଗଛ : ୧ ମୃତ, ୧୩ ଆହତ

nschool

ଚଣ୍ଡିଗଡ : ଚଣ୍ଡିଗଡ଼ର ସେକ୍ଟର ୯ର କାର୍ମେଲ କନଭେଣ୍ଟ ସ୍କୁଲରେ ଏକ ୨୫୦ ବର୍ଷ ପୁରୁଣା ଓସ୍ତ ଗଛ ଉପୁଡିପଡିଥିଲା । ଏଥିରେ ଜଣେ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ସିଭିଲ ଡିଫେନ୍ସ ଏବଂ ପୋଲିସ କଟର ସାହାଯ୍ୟରେ ଗଛ କାଟିବାରେ ବ୍ୟସ୍ତ ଅଛନ୍ତି ।
ପୋଲିସର ସୂଚନାନୁସାରେ, ଦୁର୍ଘଟଣା ଘଟିବା ସମୟରେ ମଧ୍ୟାହ୍ନଭୋଜନ ବିରତି ହୋଇଥିବାରୁ ପିଲାମାନେ ଗଛ ତଳେ ଖାଦ୍ୟ ଖାଉଥିଲେ । ଏହି ସମୟରେ ତାଙ୍କ ଉପରେ ଓସ୍ତ ଗଛ ପଡିଯାଇଥିଲା । ଦୁର୍ଘଟଣାର ସୂଚନା ପାଇବା ପରେ ଏସ୍‌ପି କୁଲଦୀପ ଚହଲ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Leave A Reply

Your email address will not be published.