ଗଣ୍ଡାବଜା ଉପରେ ଗବେଷଣା କରିବେ ତରଣୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ (ସାଧନା ଓ ତାଲିମ) ବିଭାଗ ତରଫରୁ ପଶ୍ଚିମ ଓଡିଶାର ଅନନ୍ୟା ଲୋକବାଦ୍ୟ “ଗଣ୍ଡାବଜା” ଉପରେ ଗବେଷଣା କରିବା ପାଇଁ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ମଲମଣ୍ଡା ଗାଁର ବରିଷ୍ଠ କଳାକାର ତରଣୀସେନ ଦୀପ ମନୋନୀତ ହୋଇଛନ୍ତି । ଦୁଇ ବର୍ଷ ଧରି ସେ ଏହି କ୍ଷେତ୍ରରେ ଗବେଷଣା କରିବେ । ଗଣ୍ଡାବଜା ପଶ୍ଚିମ ଓଡିଶା ସଂସ୍କୃତିର ଏକ ଅନ୍ୟନ୍ୟା ଅଂଶ । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗଣ୍ଡାବଜାର ଆବଶ୍ୟକ ହୋଇଥାଏ । କେଉଁ ଆବାହମାନ କାଳରୁ ଗଣ୍ଡାବଜାର ଉଦ୍‌ଭାବନ ହୋଇଛି । ପ୍ରକୃତି ଓ ଗଣ୍ଡାବଜା ଅଙ୍ଗାଅଙ୍ଗୀ ଭାବେ ଜଡିତ । ଗଣ୍ଡାବଜା ଉପରେ ଅନେକ ଗବେଷଣା ହୋଇଛି । ତେବେ ଆହୁରି ଗବେଷଣାର ଆବଶ୍ୟକତା ରହିଛି । ଆଜି ମଧ୍ୟ ଗଣ୍ଡାବଜା ଉପରେ ଅନେକ ଅନାଲୋଚିତ ଅଧ୍ୟାୟ ରହିଛି । ଗ୍ରାମାଂଚଳରେ ଗଣ୍ଡାବଜାକୁ ବଂଚାଇ ରଖିଥିବା କଳାକାରମାନଙ୍କ ପାଖରେ ହିଁ ଅନେକ ତଥ୍ୟ ରହିଛି । ସେହି ତଥ୍ୟ ଉପରେ ମୁଁ ଗବେଷଣା କରିବି ବୋଲି ତରଣୀ କହିଛନ୍ତି । ତରଣୀ ଛାତ୍ରବସ୍ଥାରୁ ହିଁ କଳାପ୍ରତି ଆକର୍ଷିତ ହୋଇଥିଲେ । ପ୍ରଥମେ ସେ ନିଜ ଗାଁରେ ଏକ ମଂଚ ନାଟକରେ ଅଭିନୟ କରିଥିଲେ । ପରବର୍ତ୍ତି ସମୟରେ ସେ ସାଂସ୍କୃତିକ ଅନୁଷ୍ଠାନ ରୁଣୁଝୁଣୁ ସହିତ ଜଡିତ ହୋଇଥିଲେ । ବର୍ତ୍ତମାନ ସେ ଢୋଲ ମୁହୁରି କଳା ପରିଷଦ ସହିତ ଜଡିତ । ସେ ଆଲବମ ନିର୍ଦ୍ଦେଶନା ଦେବା ସହିତ କେତେକ କ୍ୟାସେଟ ମଧ୍ୟ ନିର୍ମାଣ କରିଥିଲେ । ରେଡିଓ ଓ ଦୂରଦର୍ଶନରେ କାମ କରିବା ସହିତ କୋଶଲି ଟେଲି ଫିଲ୍ମ “ବଏଲାରେ” ରେ ଅଭିନୟ କରିଛନ୍ତି । ବର୍ତ୍ତମାନ ସେ ପୁଇଁନ୍ତଲା ବ୍ଲକର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ରହିଛନ୍ତି ।

Leave A Reply

Your email address will not be published.