oom

ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୧୦୫୨ ଜଣ ରୋଗୀଙ୍କୁ ସାଲେଭଟାରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର

jsmm

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟାରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବରିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରୋାପø ଜୟନ୍ତୀ ସମାରାହ ଉପଲକ୍ଷେ ଏହା ଅନୁଷ୍ଠିତ ହୋଇଥିଲା । ବିକାଶ ମଲଟି ହସପିଟାଲର ମେଡିସିନ୍‌, ଦାନ୍ତ, କର୍ଣ୍ଣ, ଅସ୍ଥିସଲ୍ୟ ଓ ଚକ୍ଷୁ ବିଶେଷଜ୍ଞମାନେ ଯୋଗଦାନ କରିଥିଲେ । ସକାଳ ୯ ଘ.ରୁ ଆରମ୍ଭ ହୋଇ ୨ଘ. ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବର୍ଗ ଓ ବିଭିନ୍ନ ବିଭାଗର୧୦୫୨ ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହ ମାଗଣା ଓøଷଧ ପ୍ରଦାନ କରାଯାଇଥିଲା । ଏଥିରେ ଶିଶୁରୋଗ ବିଭାଗ ଡାକ୍ତର ନୀଳମଣୀ ପାତ୍ର, ମେଡିସିନ ବିଭାଗ ଡାକ୍ତର ଚମନ ମେନିଆଁ, ଇଏନଟି ବିଭାଗ ଡାକ୍ତର ଡିଲିମା ସାଇବ୍ରମ୍‌, ଦନ୍ତ ରୋଗ ବିଭାଗ ଡାକ୍ତର ରିମି ଖମାରୀ, ଫିଜେିଓ ଥେରାପି ବିଭାଗ ଡାକ୍ତର ସୁପ୍ରୀୟା ନନ୍ଦ ପ୍ରମୁଖ ଉପସ୍ଥିତ ରହି ଚିକିତ୍ସା ସେବା ଯୋଗାଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମହାଦେବ ମେହେର ତାଙ୍କ ସାଥି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାଳୟର ପରିଚାଳନା ସଭାପତି ସୁଦୀପ କୁମାର ପଣ୍ଡା, ସଂପାଦକ ସୁଦର୍ଶନ ସାହୁ, ରୋପୌ ଜୟନ୍ତୀ କମିଟୀ ସଭାପତି ଗଙ୍ଗାଧର ମିଶ୍ର, ସଂପାଦକ କୃପାସିନ୍ଧୁ ନାୟକ, କୋଷାଧ୍ୟକ୍ଷ ମାଧବ ଡାଙ୍କ, ସହକାରୀ କୋଷାଧ୍ୟକ୍ଷ ବିରାଜନନ୍ଦ ପାଢ଼ୀ , ଅଜିତ ବାରୀକ ବିଦ୍ୟାଳୟର ପୁର୍ବ ଛାତ୍ର ନିଖିଳ ଅଗ୍ରୱାଲ, ଅଜିତ ମିଶ୍ର, ପ୍ରିତିଶ ରଞ୍ଜନ ସା ଓ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ଏହାକୁ ପରିଚାଳନା କରିଥିଲେ । ପୂର୍ବ ଆଚାର୍ଯ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.