କ୍ରିଷ୍ଣାଙ୍କ ପାଖକୁ ପହଞ୍ଚିଲା କନ୍ୟାକିରଣ ଫାଉଣ୍ଡେସନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ତେନ୍ତୁଲିମୁଣ୍ଡା ଗ୍ରାମରେ କ୍ରିଷ୍ଣା ଭୋଇଙ୍କ ଜନ୍ମ । ବୟସ ମାତ୍ର ୮ ବର୍ଷ । ପାଠ ପଢିବାରେ କ୍ରିଷ୍ଣାଙ୍କ ବହୁତ ଆଗ୍ରହ ହେଲେ ସେ ଜନ୍ମରୁ ପୋଲିଓ ଗ୍ରସ୍ତ । ଚାଲିବାରେ ସେ ଅକ୍ଷମ । ତେନ୍ତୁଳିମୁଣ୍ଡା ଗ୍ରାମର ପ୍ରାଥମିକ ସ୍କୁଲ୍‌ରେ ସେ ତୃତୀୟ ଶ୍ରେଣୀର ଛାତ୍ର । କିନ୍ତୁ ଘରୁ ସ୍କୁଲ ଏବଂ ସ୍କୁଲରୁ ଘରକୁ ଯିବା ଆସିବା ପାଇଁ କ୍ରିଷ୍ଣାଙ୍କୁ ବହୁତ ଅସୁବିଧା ହେଉଥିଲା । ତେନ୍ତୁଳିମୁଣ୍ଡା ଗ୍ରାମର ସମାଜସେବୀ ତଥା କୋଶଲ ସଂଗ୍ରାମୀ ଦୁଃଖନାସନ ବିଶ୍ୱାଲ୍ ଏ ଖବର ପାଟଣାଗଡ ର ‘କନ୍ୟାକିରଣ ଫାଉଣ୍ଡେସନ୍’ କୁ ଜଣାଇଥିଲେ ଯଦ୍ୱାରା ‘କନ୍ୟାକିରଣ ଫାଉଣ୍ଡେସନ୍’ କ୍ରିଷ୍ଣାଙ୍କ ଘରକୁ ଯାଇ ସବୁ ସୁଖ ଦୁଃଖ ବୁଝିଥିଲେ ଏବଂ ସେମାନେ ବେଲପଡା ବ୍ଲକ୍ ଉନ୍ନୟନ ଅଧିକାରୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ଏ ବିଷୟରେ ଆଲୋଚନା କରି କ୍ରିଷ୍ଣାଙ୍କୁ ଏକ ହ୍ୱିଲଚେୟାର୍‌ର ବ୍ୟବସ୍ଥା କରିଥିଲେ । କ୍ରିଷ୍ଣା ଏବେ ହ୍ୱିଲଚେୟାର୍ ପାଇ ବହୁତ ଖୁସି, ସେ ସବୁଦିନ ସ୍କୁଲକୁ ପାଠ ପଢିଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ତା’ ସହ ସେ ପାଠ ପଢି ଚାକିରି କରିବି ବୋଲି ଇଚ୍ଛା ମଧ୍ୟ ରଖିଛନ୍ତି । କ୍ରିଷ୍ଣାଙ୍କୁ ହ୍ୱିଲଚେୟାର୍ ଯୋଗାଇ କନ୍ୟାକିରଣ୍ ଫାଉଣ୍ଡେସନ୍‌ର ସଭାପତି ସେବିକା ରାଜହଂସ, ସଦସ୍ୟା ତଥା ଜିଲ୍ଲା ପରିଷଦ ଅନିମା ଦାଶ୍ ଏବଂ ଅନ୍ୟାନ୍ୟ ସଦସ୍ୟା ଚନ୍ଦ୍ରକାନ୍ତି ସେଟ୍, ନିରୁପମା ଧରୁଆ ବହୁତ ଖୁସି ଅନୁଭବ କରିଛନ୍ତି । ଆଗକୁ ସେମାନେ ନିଜକୁ ସମାଜସେବାରେ ସମର୍ପଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.