ଛତ୍ରପୁରଠାରେ ଦୁଇଦିନିଆ ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଅନସ୍ଲୋ ମିନିଷ୍ଟାଡିୟମରେ ସଂଗଠିତ ଦୁଇଦିନିଆ ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଯାହାକି ଶନିବାର ଦିନ ଅନୁଷ୍ଠିତ ଏହି ଦୁଇଦିନିଆ ମ୍ୟାଚକୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଦୁଇଦିନିଆ ଆନ୍ତଃବିଦ୍ୟାଳୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ସ୍ଥାନରୁ ୧୭ ବର୍ଷରୁ କମ୍‌ ବୟସର ହାଇସ୍କୁଲ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ସେମିଫାଇନାଲ୍ ମ୍ୟାଚରେ ଦିଗପହଣ୍ଡି ସହ ଭଞ୍ଜନଗର ବାଳକ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଭଞ୍ଜନଗର ଦଳ ବିଜୟୀ ହୋଇଥିଲେ । ସେହିପରି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ ବ୍ରହ୍ମପୁର ମହାନଗର ସହ ହିଞ୍ଜିଳିକାଟୁ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ହିଞ୍ଜିଳିକାଟୁ ଦଳ ବିଜୟୀ ହୋଇଥିଲେ । ତେବେ ପୁରୁଷ ଦଳ ତରଫରୁ ଫାଇନାଲ୍ ମ୍ୟାଚରେ ଭଞ୍ଜନଗର ସହ ହିଞ୍ଜିଳିକାଟୁ ମଧ୍ୟରେ ତୀବ୍ର ପ୍ରତିଯୋଗିତାର ସହ ଲଢ଼େଇ ହୋଇ ୫- ୦ ଗୋଲରେ ଭଞ୍ଜନଗର ବିଜୟୀ ହୋଇଥିଲେ । ସେହିପରି ବାଳିକା ଦଳ ପକ୍ଷରୁ ଭଞ୍ଜନଗର ସହ ଶେରଗଡ଼ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଶେରଗଡ଼ ୩ -୨ ଗୋଲରେ ବିଜୟୀ ହୋଇଥିଲା । ବାଳିକା ଦଳରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ ଭଞ୍ଜନଗର ସହ ହିଞ୍ଜିଳିକାଟୁ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୧-୦ ଗୋଲରେ ଭଞ୍ଜନଗର ବାଳିକା ଦଳ ବିଜୟୀ ହୋଇଥିଲେ । ଫାଇନାଲ୍ ମ୍ୟାଚରେ ଭଞ୍ଜନଗର ସହ ଶେରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଭଞ୍ଜନଗର ୨-୦ ଗୋଲରେ ବିଜୟୀ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଯୋଗଦେଇ ଶ୍ରେଷ୍ଠ କ୍ରୀଡାବିତଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି ଓ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର ଏବଂ କ୍ରୀଡା ସଂଗଠନର ସମ୍ପାଦକ ଭାଗିରଥୀ ସ୍ୱାଇଁ, ଅନସ୍ଲୋ ସରକାରୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀବନ୍ଧୁ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!